(ଦିଲ୍ଲୀ) : ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1 । ପିଏସଏଲଭି-ଏକ୍ସଏଲ ରକେଟ୍ ଆଦିତ୍ୟ-L1କୁ ନେଇ ମହାକାଶ ମୁହାଁ । ସୂର୍ଯ୍ୟଯାନ ଆଦିତ୍ୟ-L1 ଉଦକ୍ଷେପଣର 125 ଦିମ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଗିଦ୍ୟ-L1 ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚ ହାଲୋ ଅରବିଟରରେ ସ୍ଥାପନ କରିବ ।
ସୂଚନାନୁଯାୟୀ , ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଥିଲା । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।