ଅପରାଧ

ଲୁଟିନେଲେ ଆଞ୍ଜେଲ ପ୍ରିୟା

ଭୁବନେଶ୍ୱର: ରାଜଧାନୀରେ ଧରା ପଡୁଛନ୍ତି ଗୋଟିଏ ପରେ ଗୋଟିଏ ଆଞ୍ଜେଲ ପ୍ରିୟା । ଫେସବୁକରେ ଚଳାଇଛନ୍ତି ନିଜର କଳାଯାଦୁ । ଯୁବକଙ୍କୁ ଫସାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହିଭଳି ଆଉ ଜଣେ ଆଞ୍ଜେଲ ପ୍ରିୟାଙ୍କୁ ଗିରଫ କରିଛି ପୋଲିସ ।
ରାଜଧାନୀ ଭୁବନେଶ୍ୱରରେ ଏବେ ମାତିଛନ୍ତି ଆଞ୍ଜେଲ ପ୍ରିୟା । ପ୍ରଥମେ ଫେସବୁକରେ ଫ୍ରେଣ୍ଡସିପ କରି ସମ୍ଭ୍ରାନ୍ତ ପାରିବାରର ଯୁବକମାନଙ୍କୁ ମତିଭ୍ରଷ୍ଟ କରୁଛନ୍ତି । ଏହା ପରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏଭଳି ଆଉ ଜଣେ ଆଞ୍ଜେଲ ପ୍ରିୟାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଯୁବତୀଙ୍କ ଠାକୁ ୬ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ଟଙ୍କା ସହିତ ସୁନା ଗହଣା ମଧ୍ୟ ଲୁଟି ନେଇ ଫେରାର ହୋଇ ଯାଉଥିଲେ ଏହି ଫେସବୁକ ସୁନ୍ଦରୀ ।
ତେବେ ତାଙ୍କର ଏହି ଫେସବୁକ ଖେଳରେ ପୂର୍ଣ୍ଣଚ୍ଛେଦ ପକାଇଛି କମିଶନରେଟ ପୋଲିସ । ଏହି ଫେସବୁକ ସୁନ୍ଦରୀଙ୍କୁ ପୋଲିସ ଗିରଫ କରିଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଗିରଫ ଯୁବତୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ସହିତ ଲୁଟ ହୋଇଥିବା ଟଙ୍କା ମଧ୍ୟ କମିଶନରେଟ ପୋଲିସ ଜବତ କରିଛି । ତେବେ ଯୁବତୀଙ୍କ ସହ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Related posts

କୁନି ପିଲା ଉପରେ ଗୁୁରୁଜୀଙ୍କ ଅତ୍ୟାଚାର, ୩ଦିନ ହାତଗୋଡ଼ ବାନ୍ଧି ପିଟିଲେ

mahabharatanews

ଗଞ୍ଜେଇ ଚାଲାଣକାରୀ ପୁଲିସ କନେଷ୍ଟବଳ ଗିରଫ

mahabharatanews

୨ ପିଆଜ ଚୋର ଗିରଫ

mahabharatanews

Leave a Comment