ଖେଳଭାରତ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରତ୍ତୋଳକଙ୍କ ଚମତ୍କାର ପ୍ରଦର୍ଶନ, ମିଳିଲା ତୃତୀୟ ସ୍ୱର୍ଣ୍ଣ

କମନୱେଲ୍ଥ ଗେମ୍ସରେ ପୁଣି ଭାରତକୁ ସ୍ବର୍ଣ୍ଣ ପଦକ । ଭାରତର ସୁନା ପୁଅ ଅଚିନ୍ତ ଶିଉଳି ଆଣିଲେ ସ୍ୱର୍ଣ୍ଣ ପଦକ । ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ମୀରାବାଇ ଚାନୁ ଓ ଜେରେମି ଲାଲରିନୁଙ୍ଗାଙ୍କ ପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅଚିନ୍ତା । ୨୦ ବର୍ଷୀୟ ଅଚିନ୍ତା ବିଜୟର ଶ୍ରେୟ ସେ ତାଙ୍କ କୋଚ୍ ଓ ଭାଇକୁ ଦେଇଥିବା ବେଳେ ମେଡାଲ ସେମାନଙ୍କୁ ସମର୍ପିତ କରିଥିବା କହିଛନ୍ତି ।

ଭାର ଉତ୍ତୋଳନ ବେଳେ ତାଙ୍କୁ ଆଘାତ ଲାଗିଥିଲେ ବି ପଦକ ଗ୍ରହଣ ଉତ୍ସବରେ ସେ ପୂରା ଫିଟ୍‌ ନଜର ଆସିଥିଲେ । ମିଜୋରାମ ଆଇଜାୱଲର ଏହି ଖେଳାଳି ପଦକ ଜିତି ଦେଶର ଗୌରବ ବଢାଇଛନ୍ତି । ଏହାପରେ ସେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବେ । ଭାରତ ନାଁରେ ଏବେ ସୁଦ୍ଧା ୬ଟି ମେଡାଲ ଆସିଥିବା ବେଳେ କେବଳ ଭାରୋତ୍ତେଳନରେ ଦେଶକୁ ମିଳିଛି ତିନୋଟି ସ୍ବର୍ଣ୍ଣ ପଦକ ମିଳିଛି । ପୂର୍ବରୁ ଭାରୋତ୍ତଳନରେ ମିରାବାଇ ଚାନୁ, ତାପରେ ଜେରେମି ଏବେ ଅଚିନ୍ତା ଦେଶ ପାଇଁ ଆଣିଛନ୍ତି ଗୌରବ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ଗତ ଦୁଇଦିନ ହେବ ଭାରତୀୟ ଭାରତ୍ତୋଳକଙ୍କ କମାଲ ଦେଖିବାକୁ ମିଳିଛି ।

Related posts

ସ୍ୱାତୀ ମାଲିୱାଳଙ୍କୁ ମାରପିଟ୍ ମାମଲା; ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ

mahabharatanews

ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!

mahabharatanews

୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ

mahabharatanews