ଭାରତ

ଟିଏମସିରେ ସାମିଲ ହେଲେ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହ

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନ ପରେ ବହୁ ବରିଷ୍ଠ ନେତା ବିଜେପିର ହାତ ଛାଡିବାରେ ଲାଗିଛନ୍ତି । ଏହିକ୍ରମରେ ରବିବାର ପୁଣି ଜଣେ ବିଜେପିର ହେଭିଓ୍ବେଟ ଟିଏମସିରେ ସାମିଲ ହୋଇଛନ୍ତି । ରାଜ୍ୟରେ ବିଜେପିର ଉପାଧ୍ୟକ୍ଷ ଅର୍ଜୁନ ସିଂହ ଦଳ ପ୍ରତି ନାରାଜ ରହି ଟିଏମସିରେ ସାମିଲ ହୋଇଛନ୍ତି । ଟିଏମସି ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରିଛି କି, ‘ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ଉପାଧ୍ୟକ୍ଷ ଏବଂ ବ୍ୟାରକପୁରରୁ ସାଂସଦ ଅର୍ଜୁନ ସିଂହଙ୍କ ଟିଏମସି ପରିବାରରେ ସାମିଲ ହୋଇଛନ୍ତି । ସେ ଆଜି ଆମର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି’ ।

ସୂଚନାନୁଯାୟୀ , ଅଭିଷେକ ବାନାର୍ଜୀ ଟୁଇଟ୍ କରି କହିଛନ୍ତି, ଶ୍ରୀ ସିଂଙ୍କୁ ସ୍ୱାଗତ କରାଯାଉଛି । ଯିଏ କି ବିଜେପିର ବିଭାଜନକାରୀ ଶକ୍ତିକୁ ପ୍ରତ୍ୟାଖ୍ୟାନ କରି ଆଜି ଟିଏମସି ପରିବାରରେ ଯୋଗ ଦେଇଛନ୍ତି। ଦେଶର ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ସେମାନେ ବର୍ତ୍ତମାନ ଅପେକ୍ଷା ଆମକୁ ଅଧିକ ଆବଶ୍ୟକ କରୁଛନ୍ତି। ଆସନ୍ତୁ ଯୁଦ୍ଧକୁ ଜୀବନ୍ତ ରଖିବା!

Related posts

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ

mahabharatanews

ଲସ୍କର-ଏ-ତୋଏବାର କାସିମ ଗୁଜ୍ଜରଙ୍କୁ ଆତଙ୍କବାଦୀ ଘୋଷଣା 

mahabharatanews

 ଦେଶରେ CAA : ମିଠା ବାଣ୍ଟିଲେ ସୀମା ହେଦର

mahabharatanews