ଭୁବନେଶ୍ୱର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନର କୁବେର ପିଏସଓ ବିରଞ୍ଚି ସାହୁଙ୍କୁ ମିଳିଲା ଜାମିନ । ମଙ୍ଗଳବାର ଦିନ ହାଇକୋର୍ଟ ବରଞ୍ଚିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତଦନ୍ତରେ ସହଯୋଗ କରିବା, ପ୍ରମାଣ ନଷ୍ଟ ଉଦ୍ୟମ ନ କରିବା ସର୍ତ୍ତରେ କୋର୍ଟ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ସର୍ତ୍ତର ଅବମାନନା ହେଲେ ଜାମିନ ବାତିଲ କରାଯିବ ବୋଲି କୋର୍ଟ କହିଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଭିଜିଲାନ୍ସ ଚଢାଉରେ ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ସହିତ ନଗଦ ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ୧୪ଟି ପ୍ଲଟ ମଧ୍ୟ ମିଳିଛି । ଭିଜିଲାନ୍ସ ପକ୍ଷରୁ କୋଟିପତି ପିଏସଙ୍କୁ ଗିରଫ କରାଯାଇଥିବା ବେଳେ ସୋମବାର ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା ।