Uncategorized

ଜାମିଆ, ଜେଏନୟୁ ଶିକ୍ଷାର୍ଥୀଙ୍କୁ ସାବାଡ କରିବା ଫର୍ମୁଲା ଜାଣିଛି: ବାଲ୍ୟାନ

balyn (ମିରଟ): ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଏବେ ଜେଏନୟୁ ଓ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାବାଡ କରିବା ନେଇ ଖୋଲା ଧମକ ଦେଇଛନ୍ତି । ଏହି ଦୁଇ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିଏଏକୁ ବିରୋଧ କରୁଥିବାରୁ ସେମାନଙ୍କୁ ଦମନ କରିବା ପାଇଁ ତାଙ୍କ ପାଖରେ ଅସ୍ତ୍ର ରହିଛି ବୋଲି ସେ କହିଛନ୍ତି । ଏହି ଦୁଇ ବିଶ୍ୱବିଦ୍ୟାଳୟରେ ପଶ୍ଚିମ ଉତ୍ତରପ୍ରଦେଶର ଶିକ୍ଷାର୍ଥୀ ନାମ ଲେଖାଇବା ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଉ । ଫଳରେ ସେମାନେ ସମସ୍ତଙ୍କୁ ଠିକ୍ କରିଦେବେ । ଏହାହିଁ ଦେଶ ବିରୋଧୀ ନାରା ଦେଉଥିବା ବିଶ୍ୱବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କୁ ବାଟକୁ ଆଣିବାର ଫର୍ମୁଲା । ଏଥିପ୍ରତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମ ଉତ୍ତରପ୍ରଦେଶରେ ଭାରତର ସବୁଠାରୁ ଅଧିକ ଅପରାଧ ଘଟିଥାଏ । ତେଣୁ ସେଠାକାର ଶିକ୍ଷାର୍ଥୀ ବିଶ୍ୱବିଦ୍ୟାଳୟକୁ ଆସିଲେ ସମସ୍ତଙ୍କୁ ଚୁପ୍ କରାଇଦେବେ ବୋଲି କେନ୍ଦ୍ରମନ୍ତ୍ରୀ ବାଲ୍ୟାନ ପରୋକ୍ଷରେ କହିଛନ୍ତି ।

Related posts

ପରମ ବୀର ହେଲେ ମୁମ୍ବାଇ ପୁଲିସ କମିଶନର

mahabharatanews

ଭାତ ରାନ୍ଧିବା ପରେ ପେଜକୁ ଫିଙ୍ଗି ଦିଅନ୍ତୁ ନାହିଁ, ଏଥିରେ ରହିଛି ଯାଦୁକରୀ ଗୁଣ

mahabharatanews

ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ଡିନ ନିଯୁକ୍ତ

mahabharatanews