ଓଡିଶାରାଜନୀତି

ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ପାଇଁ ସିଇଓଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ସୃଷ୍ଟି ହୋଇଛି ରାଜନୌତିକ ହିଂସା । ଗତକାଲି ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏବଂ ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ ବିଜେପିର ଦୁଇଜଣ ତାରକା ପ୍ରଚାରକ । ଆଉ ସେମାନେ ଏବେ ବେଲ୍ ଆସି ମୁକ୍ତ ହୋଇ ବୁଲୁଛନ୍ତି । ତେଣୁ ଏଥରକ ଉପ ନିର୍ବାଚନରେ ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ହୋଇପାରେ ଏହା କିଛି ଅସମ୍ଭବ ନୁହେଁ । ସେଥିପାଇଁ ସୁରକ୍ଷା ବିଧାୟକ ସୁଶାନ୍ତ ସିଂହଙ୍କ ପ୍ରତି ବୃଦ୍ଧି କରିବା ପାଇଁ ବିଜେଡି ନିର୍ବାଚନ ଅଧିକାରୀଙ୍କୁ ଦାବି ଜଣାଇଛି । ଅତିରିକ୍ତ ସିଇଓଙ୍କୁ ଭେଟି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ବିଜେଡି ଟିମ୍ ଦାବିପତ୍ର ପ୍ରଦାନ କରିଛି ।

Related posts

ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୩୯୯୧ ଚିହ୍ନଟ

mahabharatanews

ଆଜିଠୁ ରାଜଧାନୀରେ ଖୋଲିଲା ପାର୍କ

mahabharatanews

ମା ହିଙ୍ଗୁଳା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ।

mahabharatanews