ଓଡିଶା

ଗଛରେ ପିଟି ହେଲା କାର, ୩ ଗୁରୁତର

ପାଟଣାଗଡ଼/ଜଗନ୍ନାଥ ଧରୁଆ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ରୁ ଲାଠୋର ରାସ୍ତା ଘୁନସର ଛକ ବୁଲାଣି ନିକଟରେ ଭରସାମ୍ୟ ହରାଇ ଏକ ଏକ୍ସ – ପ୍ରେସ୍ କାର ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଛି । ଫଳରେ କାର ଚାଲକ ସହିତ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଖପ୍ରାଖୋଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ବଲାଙ୍ଗୀର କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୂସାରେ ଉମେଶ ଦତ୍ତ ,ଇନ୍ଦ୍ରମଣି ମେହେର ଓ ବିଷ୍ଣୁ ଅଗ୍ରୱାଲ ଏକ କାର ଯୋଗେ ଆଜି ବଲାଙ୍ଗୀର ରୁ କାମ ସାରି ନିଜ ଗାଁ ଲାଠୋରକୁ ଫେରୁଥିବା ବେଳେ ଘୁନସର ଛକ ନିକଟରେ ଭରସାମ୍ୟ ହରାଇ ଏକ ଲିମ୍ବ ଗଛରେ ପିଟି ହୋଇ କାର ଟି ଚୁରମାର ହୋଇ ଯାଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଜଣାପଡିଛି । ଇନ୍ଦ୍ରମଣି ମେହେର ଲାଠୋର ଥାନା ପିପଲ ବାହାଲ ଗାଁ ର ହୋଇଥିବା ବେଳେ ଉମେଶ ଓ ବିଷ୍ଣୁ ଲାଠୋରର ବୋଲି ଜଣା ପଡ଼ିଛି।

Related posts

ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ରେ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

mahabharatanews

ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା

mahabharatanews

ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

mahabharatanews