ଓଡିଶା

ଲୋକେ ସଚେତନ ନ ହେଲେ ସ୍ଥିତି ଭୟଙ୍କର ହେବ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସମୟ ଥାଇ ରାଜ୍ୟ ସରକାରଙ୍କ ଲକଡାଉନ ନିଷ୍ପତ୍ତି କରୋନା ସଂକ୍ରମଣ ଚେନକୁ ଛିଣ୍ଡାଇବାରେ ସମର୍ଥ ହୋଇଛି । ତେବେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା କମିବାର ନାମ ନେଉ ନାହିଁ । ଜୁନ ମାସ ଆରମ୍ଭରୁ ୧୧ ତାରିଖ ପର୍ଯ୍ୟନ୍ତ ସାଢେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତ୍ୟୁ ପୂର୍ବରୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କର ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ଡିଏମଇଟି କହିଛନ୍ତି ଯେ, ପୂର୍ବରୁ ବହୁ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବା ସହ ବହୁ ଗୁରୁତର ରୋଗୀ ଆଇସିୟୁରେ ଥିଲେ। ଏବେ ଦୈନିକ ସଂକ୍ରମଣ କମିଛି । କିନ୍ତୁ ପୂର୍ବର ଗୁରୁତର ରୋଗୀଙ୍କ ପାଇଁ ମୃତ୍ୟୁ ସଂଖ୍ୟା ବଢିଛି, ଯାହା ଶୀଘ୍ର ହ୍ରାସ ପାଇବ । ତେବେ ସଂକ୍ରମଣ ହ୍ରାସ ପାଇବାକୁ ନେଇ ଲୋକେ ସଚେତନ ନ ହୋଇ ବେପରୁଆ ହେଲେ ସ୍ଥିତି ଆହୁରି ଭୟଙ୍କର ହେବ । ତେଣୁ ଲୋକଙ୍କୁ ସଚେତନ ହେବାକୁ ହେବ । ସେ ଆହୁରି କହିଛନ୍ତି, ଲକଡାଉନ ପାଇଁ ଗରିବ, ବୁଲା ବେପାରୀ ବହୁ ସମସ୍ୟା ଭୋଗୁଛନ୍ତି । ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ଅନଲକକୁ ନେଇ ନିଷ୍ପତ୍ତି ନିଆଯିବ । ତେବେ ଆମକୁ ସଚେତନ ରହିବାକୁ ହେବ ।

 

Related posts

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ୧୨ଟି ପୃଥକ ସ୍ଥାନରେ ଚଢାଉ

mahabharatanews

ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ନବବିବାହିତା ପତ୍ନୀ

mahabharatanews

ଆଜି ଆଉ ୯୦ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫

mahabharatanews