Uncategorized

କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା

(ନୂଆଦିଲ୍ଲୀ): ସେହିପରି ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି, ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ରହିଛନ୍ତି । ଏମାନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁଙ୍କ ନାମ ମଧ୍ୟ ରହିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ମତଭେଦ ହେବା ସତ୍ତେ୍ୱ ତାଙ୍କୁ ଦଳ ନିର୍ବାଚନୀ ପ୍ରଚାର ଦାୟିତ୍ୱ ଦେଇଛି । ଏମାନଙ୍କ ବ୍ୟତୀତ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୃଘ୍ନ ସିହ୍ନା, ଉଦିତ ରାଜ ଏବଂ କାର୍ତ୍ତି ଆଜାଦ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି । ବରିଷ୍ଠ ଆଇନଜୀବି କପିଲ ସିବଲ୍, ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର କରି ଦିଲ୍ଲୀବାସିଙ୍କୁ ଭୋଟ ମାଗିବେ ।

Related posts

ସାହାବାଜ ଖାନଙ୍କ ନାମରେ ଯୌନ ଉତ୍ପୀଡନ ଅଭିଯୋଗ

mahabharatanews

କୋରୋନା ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଲା, କ୍ଷୁଦ୍ୟ, ଅଣୁ ଉଦ୍ୟୋଗ କର କମାଗଲା

mahabharatanews

ଗଣମାଧ୍ୟମ ରିପୋର୍ଟକୁ ରେଳବାଇର ଖଣ୍ଡନ: ୧୫ରୁ ଚାଲିବ ନାହିଁ ରେଳ

mahabharatanews