ଓଡିଶା

ରାଜ୍ୟ ସରକାରଙ୍କ ନିଯୁକ୍ତି ବନ୍ଦ ନିଷ୍ପତ୍ତି ଦୁଃଭାର୍ଗ୍ୟଜନକ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ମହାମାରୀ ଆଳରେ ଦୁଇବର୍ଷ ପାଇଁ କାର୍ଯ୍ୟବନ୍ଦ କରିବା ସହ ନିଯୁକ୍ତି ବନ୍ଦ କରିବାପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ରାଜ୍ୟର ଛାତ୍ର, ଯୁବ ସମାଜ ଓ ବିଶେଷକରି ବେକାର ଯୁବକଯୁବତୀଙ୍କୁ ହତାଶ କରିଛି ବୋଲି ଭୁବନେଶ୍ୱର ମଧ୍ୟମ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନିନରେ କ୍ଷୋଭ ପ୍ରକାଶ କରିଛନ୍ତି ।
ନବୀନ ପଟ୍ଟନାୟକ ସରକାର ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାର ଯୁବକ ଓ ଛାତ୍ରମାନଙ୍କୁ ଭୂଆଁ ବୁଲାଇ ଆସୁଛନ୍ତି । ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି କହିଥିଲା ଯେ ବର୍ଷକୁ ଏକଲକ୍ଷ ନିଯୁକ୍ତି ଦେବ, ମାତ୍ର ୨୦ବର୍ଷରେ ୨୦ଲକ୍ଷ ବଦଳରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାତ୍ର ୫୦ହଜାରରୁ କମ ନିଯୁକ୍ତି ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ନିଷ୍ପତ୍ତି ପରେ ଛାତ୍ର ଓ ଯୁବ ସମାଜ ମହଲରେ ଆଜି ହାହାକାର ସୃଷ୍ଟିହୋଇଛି । ଏବେ ରାଜ୍ୟରେ ୮୦ଲକ୍ଷରୁ ଉଦ୍ଧ୍ୱର୍ ଦଶମ ପାସକରିଥିବା ଏବଂ ୨୦ଲକ୍ଷରୁ ଉଦ୍ଧ୍ୱର୍ ଗ୍ରାଜୁଏଟ ବେକାର ଯୁବକଯୁବତୀ ନିଯୁକ୍ତି ନପାଇ ଅତି ଦୁର୍ଦ୍ଦିନରେ କାଳ କାଟୁଛନ୍ତି । ବେକାର ଯୁବକଯୁବତୀଙ୍କୁ ଭୂଆଁ ବୁଲାଇବା ପାଇଁ ନବୀନ ସରକାର ଅନେକଥର ନିଯୁକ୍ତି ମେଳାକରି ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି ମାତ୍ର କେହି ନିଯୁକ୍ତି ପାଇନାହାନ୍ତି ।
ଓଡ଼ିଶାରେ ୨୦୦୦ ମସିହାରେ କଂଗ୍ରେସ ସରକାର କ୍ଷମତାଚ୍ୟୁତ ହେଲାବେଳେ ରାଜ୍ୟରେ ଋଣଭାର ମାତ୍ର ୧୮ହଜାର କୋଟି ଥିଲା । ସ୍ୱାଧୀନତା ପରଠାରୁ ୫୦ବର୍ଷ ମଧ୍ୟରେ ଋଣଭାର ଏତିକିରେ ରହିଥିଲା ମାତ୍ର ୨୦ବର୍ଷ ନବୀନ ଶାସନରେ ଏହି ଋଣଭାର ୧ଲକ୍ଷ ୨୦ହଜାର ପର୍ଯ୍ୟନ୍ତ ପଂହଚିଛି । ଏହି ସରକାର ସବୁବେଳେ କେନ୍ଦ୍ର ଉପରେ ନିର୍ଭରଶୀଳ ଏବଂ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚକରିବାରେ ବି ଅସମର୍ଥ । ଆଜି ଏଭଳି ବିପତି ସମୟରେ ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ ବାଟ ନପାଇ ଶେଷରେ ଓଡ଼ିଶାର ଛାତ୍ରଓ ଯୁବକଙ୍କ ପେଟକୁ ଗୋଇଠା ମାରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି କେବଳ ନିଯୁକ୍ତି କ୍ଷେତ୍ର କାହିଁକି ଏହି ବିପତିରେ ବିଧାୟକ, ସାଂସଦ, ବରିଷ୍ଠ ସରକାରୀ ଅଫିସର ସମସ୍ତଙ୍କ ବେତନ ଉପରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଉ । ବିଶେଷ କରି ବିଧାୟକ ଓ ସାଂସଦ ସରକାରଙ୍କ ଠାରୁ ପାଉଥିବା ସମସ୍ତ ମାସିକ ଆର୍ଥିକ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଏବଂ ବରିଷ୍ଠ ସରକାରୀ ଅଫିସରଙ୍କର ଦରମାକୁ ଅଧା କରିଦିଆଯିବାକୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି ।

Related posts

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

ଓଡ଼ିଶାକୁ ହଇରାଣ କରିବାକୁ ଦିଦିଙ୍କ ନୂଆ ଚାଲ୍, ଆଳୁ ଟ୍ରକ୍ ଜଗିବାକୁ ଲଗାଇଲେ ସିସିଟିଭି

mahabharatanews

ମଣ୍ଡିରେ ଭିଜୁଛି ହଜାର ହଜାର ବସ୍ତା ଧାନ, ଚିର ନିଦ୍ରାରେ ପ୍ରଶାସନ

mahabharatanews