ଓଡିଶା

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ୱର: ଦେଶରେ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଲୋକେ ଅତିଷ୍ଠ। ସ୍ଥିତି ଏମିତି ହୋଇଛି କି, ପେଟ୍ରୋଲ ଦର ସେଞ୍ଚୁରି ଟପି ସାରିଛି । ପେଟ୍ରୋଲ ଦରର ଏପରି ଅହେତୁକ ବୃଦ୍ଧିକୁ ବିରୋଧ କରି ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛି । ଏନେଇ ଆଜି ଭୁବନେଶ୍ୱର କଂଗ୍ରେସ କାର୍ୟ୍ୟାଳୟରେ ଏକ ପ୍ରେସମିଟ୍ କରାଯାଇଛି । ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ୭ ତାରିଖରେ ପ୍ରତି ବ୍ଲକ ମୁଖ୍ୟାଳୟ, ୯ରେ ଜିଲ୍ଲା ମୁଖ୍ୟାଳୟ. ୧୩ ତାରଖରେ ଭୁବନେଶ୍ୱର, ୧୫ ତାରିଖରେ ପେଟ୍ରୋଲ ନକିଣି ସମସ୍ତଙ୍କୁ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛି କଂଗ୍ରେସ । ଏହା ସହ ୧୭ ତାରିଖରେ ପେଟ୍ରୋଲ ପମ୍ପ ସାମ୍ନାରେ ପ୍ରତିବାଦ କରିବୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

Related posts

ଓଡିଶାରେ ବଢୁଛି ସାଇବର କ୍ରାଇମ୍

mahabharatanews

ଶ୍ରୀମନ୍ଦିରର  ୫୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବରିଷ୍ଠ ନାଗରିକଙ୍କ ଚାଲିଛି ତଥ୍ୟ ସଂଗ୍ରହ

mahabharatanews