ଓଡିଶା

୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତି

୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତି । ୫ଟି ସଚିବ ଭିକେ ପାଣ୍ଡିଆନ ପୁରି ଗସ୍ତରେ ଥିବା ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ତେବେ ଏହି ଦମ୍ପତ୍ତି ୫ଟି ସଚିବଙ୍କୁ ଭେଟି ଏକ ଚିଠି ଦେଇଥିଲେ । ସବୁଠୁ ବଡ କଥା ହେଲା ୫ଟି ସଚିବ ଭିକେ ପାଣ୍ଡିଆନ ତାଙ୍କୁ ସ୍ନେହ ଭରା କଣ୍ଠରେ ପାଖକୁ ଡାକି ତାଙ୍କ ହାତ ଲେଖା ଚିଠିଟିକୁ ଗ୍ରହଣ କରିଥିଲେ । ଚିଠିଟିକୁ ନେଇ ପଢି ଜିଲ୍ଲାପାଳଙ୍କ ହାତକୁ ବଢାଇ ଦେଇଥିଲେ ସଚିବ । ଯାହାକୁ ଦେଖି ଜିଲ୍ଲାପାଳ ପଦକ୍ଷପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛ । ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ଭିକେ ପାଣ୍ଡିଆନଙ୍କ ଏଭଳି ବ୍ୟବହାରକୁ ଦେଖି ବହୁତ କୁସି ହୋଇଥିଲେ ।
ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ପୁରୀ ଜିଲ୍ଲା ବାଟଗାଁ ଅଞ୍ଚଳର ବାସିନ୍ଦା। ସେମାନଙ୍କ କହିବା କଥା ହେଉଛି ୨୦୧୯ ମସିହା ଫନି ମହାବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ହେଲେ ଆଜି ଯାଏ ଘରଟିଏ ନକରିପାରିଥିବାରୁ ଆବାସ ଗୃହଟିଏ ପାଇଁ ୫ଗ୍ଧ ସଚିବଙ୍କ ପାଖକୁ ଆସିଥିଲେ। ଶ୍ରୀମନ୍ଦିର ପାଖରେ ସଚିବ ଆସିବା କ୍ଷଣି ତାଙ୍କୁ ଗୁହାରୀ ଜଣାଇଥିଲେ।

 

 

Related posts

ବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ର

mahabharatanews

ନିଜ ଚକ୍ଷୁକୁ ଭଲ ପାଆନ୍ତୁ: ସ୍ଵାସ୍ଥ୍ୟ ଅଧିକାରୀ

mahabharatanews

ଆଜି ରଥଯାତ୍ରା ଦେଖିବେ ଶ୍ରୀ ବୈଷ୍ଣବ

mahabharatanews

Leave a Comment