ଭାରତ

ଭାଙ୍ଗିଲା ଖେଳାଳି କପଲ୍‌ଙ୍କ ଯୋଡି !

ମୁମ୍ବାଇ : ୧୨ ବର୍ଷ ତଳେ ଯେଉଁ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା ସେଇ ବିବାହରେ ଏବେ ଫାଟ ସୃଷ୍ଟି ହେଇଛି । କ୍ରୀଡା ଜଗତର କପଲଙ୍କ ବିବାହ ବିଗିଡିବାକୁ ଯାଉଛି । ଯାହାକୁ ନେଇ ଏବେ ଉଠୁଛି ଚର୍ଚ୍ଚା । କୁହାଯାଉଛି, ସମ୍ପର୍କ ତୁଟି ସାରିଲାଣି। ଆଉ ଆଗ ଭଳି ସବୁ କିଛି ଠିକ୍ ନାହିଁ ଉଭୟଙ୍କ ମଧ୍ୟରେ। ଏପରିକି ଦୁହିଁଙ୍କ ଛାଡପତ୍ର ବି ହୋଇସାରିଥିବା ପାକିସ୍ତାନ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା ସୀମା ଡେଇଁ ଭାରତରେ ପହଞ୍ଚିଲାଣି। ଏହି ଷ୍ଟାର କପଲ ହେଲେ ପାକ୍ କ୍ରିକେଟର ସୋଏବ ମଲିକ ଓ ଭାରତର ଟେନିସ ତାରକା ସାନିଆ ମିର୍ଜା ।

ଖବର ଅନୂଯାୟୀ ଏମାନଙ୍କ ବିବାହ ବିଚ୍ଛେଦ ପଛରେ ରହିଛନ୍ତି ଜଣେ ପାକ୍ ଅଭିନେତ୍ରୀ । ଦୁନିଆ ବିବାଦ ଭିତରେ ୧୨ ବର୍ଷ ତଳେ ସୋଏବଙ୍କ ହାତ ଧରିଥିଲେ ସାନିଆ। ଏବେ ଶୁଣାଯାଉଛି ଏଦୁହେଁ ଅଲଗା ହେବେ। ଏହି ଜୋଡିଙ୍କ ଦାମ୍ପତ୍ୟ ଜୀବନରେ ଭିଲେନ ସାଜିଛନ୍ତି ପାକିସ୍ତାନର ଷ୍ଟାର୍ ଅଭିନେତ୍ରୀ ଆୟେଶା ଓମାର୍ । ଜଣେ ସଫଳ ଷ୍ଟାର୍ ୟୁଟ୍ୟୁବର୍, ମଡେଲ, ଟେଲି ଓ ଫିଲ୍ମ ଅଭିନେତ୍ରୀ । ସାରା ପାକିସ୍ତାନରେ ଆୟେଶାଙ୍କ ଡିମାଣ୍ଡ ଭାରି । ୮ରୁ୧୦ଟି ସଫଳ ସିରିଏଲ୍ରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟିଛନ୍ତି ସେ ।

Related posts

ଜାହାଙ୍ଗୀରପୁରୀ ହିଂସା କାଣ୍ଡ : ୨ ଅଭିଯୁକ୍ତ ଗିରଫ

mahabharatanews

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ; ୧୬,୦୪୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ

mahabharatanews