ଅପରାଧ

କୋଭିଡ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଅଖାଦ୍ୟ

(ଜୟନ୍ତ କୁମାର ସେଠୀ/ପୁରୀ): କୋଭିଡ୍ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଅଖାଦ୍ୟ। ଖାଦ୍ୟରୁ ବାହାରୁଛି ପୋକ, ଚୁଟି ଓ ରବର । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ସହରରେ ଥିବା ଏକାଧିକ କୋଭିଡ୍ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ। ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବା ବେଳେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଜି ପୁରୀ ସିଡିଏମଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ପୁରୀର ଶ୍ରୀଜଗନ୍ନାଥ କୋଭିଡ୍ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ କୋଭିଡ୍ କେୟାର ସେଣ୍ଟର ଓ ଆଇଡିଏଚ କୋଭିଡ୍ ସେଣ୍ଟରରେ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କୁ ଏପରି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାସହିତ କୋଭିଡ୍ କେୟାର ସେଣ୍ଟର ନାନାଦି ପ୍ରକାର ଅସୁବିଧା ନେଇ ମଧ୍ୟ ସିଡିଏମଙ୍କୁ ଅଭିଯୋଗ କରାଯାଇଛି। ଏପରି ଅଭିଯୋଗ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରନି।

Related posts

ଭିଜିଲାନ୍ସ ଜାଲରେ ଆଇଟିଡିଏ ସହକାରୀ ଯନ୍ତ୍ରୀ

mahabharatanews

ମୁହଁ ଖୋଲିଲେ ଶର୍ମିଷ୍ଠାଙ୍କ ମା; ହତ୍ୟା ପୂର୍ବରୁ ମାନସଙ୍କ ଶେଷ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା

mahabharatanews

ରେଲୱେ ଷ୍ଟେସନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର

mahabharatanews