(ମହାଭାରତ /ବଲାଙ୍ଗିର): ଭାଇ ହାତରେ ୧୨ ବର୍ଷର ନାବାଳିକା ଭଉଣୀର ମୃତ୍ୟୁ ପରି ସନ୍ଦେହକୁ ନେଇ ବଲାଙ୍ଗୀର ସିନେ୍ଧକେଲା ଥାନାଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଶହ ଶହ ଲୋକ ଥାନା ଘେରାଉ କରି ଅଭିଯୁକ୍ତ ଭାଇ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ସୂଚନା ଅନୁଯାୟୀ, ପ୍ରାୟ ଏକ ସପ୍ତାହ ପୂର୍ବରୁ ସ୍ଥାନୀୟ ସାଲେବରଟ ଗାଁରୁ ମୁସୁର ରଣାଙ୍କ ପୁଅ ଶୋଭବନ ଗାଁରୁ ବାହାରକୁ ଯାଉଥିଲା । ଏହି ସମୟରେ ସେ ତାର ସାନ ଭଉଣୀକୁ ବସ ଯାଏଁ ଯିବାକୁ ବାଧ୍ୟ କରିଥିଲା ଓ ସାଙ୍ଗରେ ଭଉଣୀକୁ ନେଇ ଯାଇଥିଲା । ଭାଇ ଶୋଭବନକୁ ବସ୍ ଯାଏ ଛାଡ଼ିବାକୁ ଯାଇ ଭଉଣୀ ଅ ।ଉ ଫେରିନଥିଲା । ଅନେକ ଖୋଜା ଖୋଜି ପରେ ମଧ୍ୟ ଉକ୍ତ ଝିଅଟିର କୌଣସି ପତ୍ତା ମଳିନଥିଲା । ଭାଇ ତାକୁ ବଳି ଦେଇଥିବା ନେଇ ଗାଁ ଲୋକେ ସନ୍ଦେହ କରିଥିଲେ । କାରଣ ଏହା ପୂର୍ବରୁ ଜଣଙ୍କୁ ବଳି ଦେବା ଅଭିଯୋଗରେ ଶୋଭନ ଜେଲଥିଲା । କିଛି ଦିନ ତଳେ ଜାମିନରେ ଅ ।ସିଥିଲା ଶୋଭବନ ।
ତେବେ ଗାଁ ଲୋକଙ୍କଠୁ ଅ ।କ୍ରମଣ ଅ ।ଶଙ୍କା କରି ଶୋଭବନ ଅ ।ଗୁଅ । ଥାନାରେ ପହଞ୍ଚି ଯାଇଥିଲା । ପୁଲିସଏବେ ତାକୁ ଅଟକ ରଖି ପଚରାଉଚରା କରୁଛି । ତେବେ ସ୍ଥାନୀୟ ଲୋକେ ଶୋଭବନର ଗିରଫଦାରି ଦାବି କରି ଥାନା ଘେରାଉ କରିଥିଲେ । ଏପରିକି ଶତାଧିକ ଲୋକେ ଥାନା ପରିସରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ଦେଖାଦେଇଥିଲା । ଅପରପକ୍ଷେ ନିଖୋଜ ନାବାଳିକାଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
previous post
next post