ଓଡିଶା

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

(କଟକ) : ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠାଯିବ । ସେ ଆହୁରି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା ବିଷୟରେ କଥା କହୁଛନ୍ତି ହେଲେ ଏହାକୁ ଜାତିୟ ମାନ୍ୟତା ଦେଉ ନାହାଁନ୍ତି । ତେବେ ଏଥିପାଇଁ ସେ ସିଧାସଳଖ କେନ୍ଦ୍ରକୁ ଦାୟୀ କରିଛନ୍ତି । ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ହେଲେ ଏହାକୁ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି ଚିଠି ଲେଖି ଉତ୍ତର ରଖିଥିଲେ ।

Related posts

ତାତିରେ ଛଟପଟ ହୋଉଛି ଓଡିଶା,୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ

mahabharatanews

ଅବ୍ୟବସ୍ଥା ଘେରରେ ବିଷ୍ଣୁପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ

mahabharatanews

ରାଜ୍ୟରେ ଦିନତମାମ୍‌ ବର୍ଷା ଜାରି; ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews