ଓଡିଶା

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

(ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ ଛକରେ ଥିବା ହୋଣ୍ଡା ଶୋ’ ରୁମ୍ ପାଖରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ପରିଚୟ ଏଯାଏ ମିଳିପାରି ନାହିଁ । ହୃଦ୍ଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହରିଚନ୍ଦନପୁର ପୋଲିସ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ପୋଲିସ ସୂଚନା ଅନୁଯାୟୀ, ମୃତକଙ୍କ ପାଖରୁ ୩୧୦ ଟଙ୍କା, ଗୋଟିଏ ସାଇକେଲ ଚାବି ଓ ଏକ ଜଳଖିଆ ପୁଡିଆ ମିଳିଛି । ଶୁକ୍ରବାର ଯୁବକ ଜଣକ ସେଠାରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରଦିନ ସକାଳୁ ତାଙ୍କ ମୃତଦେହ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଯୁବକ ଜଣକ କିଏ ଓ କିଭଳି ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ ।

Related posts

ରାଇରଙ୍ଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ

mahabharatanews

ମାଲକାନଗିରି ଜିଲ୍ଲାକୁ ଫେରିଲେ ୧୫ହଜାର ୭୪୩ ପ୍ରବାସୀ ଓଡିଆ

mahabharatanews

ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 

mahabharatanews