ରାଜନୀତି

ନିର୍ବାଚନ ଘୁଞ୍ଚାଇବା ପାଇଁ ଦାବି

ଭୁବନେଶ୍ୱର: ସରିଛି ସର୍ବଦଳୀୟ ବୈଠକ । ଆଗାମୀ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବୈଠକରେ ଦାବି କରିଛନ୍ତି ବିରୋଧୀ । ବିଜେଡି ବ୍ୟତୀତ ଅନ୍ୟ ଦଳମାନଙ୍କ ତରଫରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ଦାବି କରାଯାଇଛି । ଆଜିର ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ବିଭିନ୍ନଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ବୈଠକ ପରେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ରାଜନୈତିକ ଦଳମାନଙ୍କ ସହ ଆଲୋଚନା ଶେଷ ହୋଇଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ହେବ କି ନାହିଁ ସେ ବିଷୟରେ ଆଲୋଚନା କରାଯିବ । ୫ ରାଜ୍ୟର ନିର୍ବାଚନ ପାଇଁ ଅସିଥିବା ଗାଇଡଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡ଼ଲାଇନ ପ୍ରକାଶ କରିବାକୁ ଯାଉଛନ୍ତି । ତିନି ପ୍ରମୁଖ ଦଳ ବିଜେଡି-କଂଗ୍ରେସ-ବିଜେପି ସର୍ବଦଳୀୟ ବୈଠକରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି ।

Model Code of Conduct issued for Odisha panchayat polls - OrissaPOST

ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ରଖାଯାଇଛି ଏକାଧିକ ପ୍ରସ୍ତାବ :

୧ – ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ଯେ ପର୍ୟ୍ୟନ୍ତ ଯାଏ ଏ ସମସ୍ୟାର ସମାଧାନ ନ ହୋଇଛି । ସେ ପର୍ୟ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବିଜେପିର ଦାବି

୨ – ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି । କନ୍ଧମାଳ ଓ କୋରାପୁଟରେ ଏହିଭଳି ହୋଇଛି ।

୩ – ଭୋଟର ତାଲିକାରେ ଅନେକ ତ୍ରୁଟି ହୋଇଛି ।

୪ – କୋଭିଡ ମହାମାରୀର ପିକ ପିରିୟଡ଼ ସମୟରେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ଦୁଇ ମାସ କି ତିନି ମାସ ନିର୍ବାଚନ ଘୁଞ୍ଚେଇବା ପାଇଁ ଦାବି ରଖିଲା ବିଜେପି ।

୫ – ଭୋଟର ଗଣନା କେନ୍ଦ୍ରରେ ସିସି ଟିଭି ବ୍ୟବସ୍ଥା କରାଯାଉ

୬- ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ମରାଯାଉଥିବା ହୋଡ଼ିଂକୁ ଉଚ୍ଛେଦ କରାଯାଉ

୭ – ଦୀର୍ଘ ଦିନ ଗୋଟିଏ ସ୍ଥାନରେ ରହିଥିବା ଅଧିକାରୀ ମାନଙ୍କୁ ବଦଳି କରାଯାଉ

୮ – ଅବାଧ ଓ ସ୍ୱଚ୍ଛ ନିର୍ବାଚନ କରିବାକୁ ବିଜେପିର ଦାବି

Related posts

ଶରତଙ୍କ ପରେ କିଏ? ନେତୃତ୍ବ ବଦଳିଲେ ବଦଳିବ କି କଂଗ୍ରେସ ଭାଗ୍ୟ?

mahabharatanews

ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

mahabharatanews

ଜୀବନ ପ୍ରଦୀପଙ୍କୁ ବିଜେଡିରୁ ସସ୍ପେଣ୍ଡ

mahabharatanews