ଓଡିଶା

ରାଜଧାନୀରେ ଡେଙ୍ଗୁ ଆତଙ୍କ :  ଖୋର୍ଦ୍ଧାରୁ ୯୬ ପଜିଟିଭ ଚିହ୍ନଟ

(ଭୁବନେଶ୍ୱର) : ଧୀରେ ଧୀରେ ମୁଣ୍ଡ ଉଠେଇବାକୁ ଆରମ୍ଭ କଲାଣି ଡେଙ୍ଗୁ ଆତଙ୍କ । ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବା ଆମେ ଜାଣିଛେ । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏବର୍ଷ ଟେଷ୍ଟିଂ ସଂଖ୍ୟା ଅଧିକ ଓ ପଜିଟିଭ ସଂଖ୍ୟା ବହୁତ କମ୍ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୂଚନାନୁଯାୟୀ , ମୋଟ ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ୯୬ ଜଣ ପଜିଟିଭ ଓ ଯାଜପୁରରେ ୧୨ ଜଣ, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସେ କହିଛନ୍ତି । ସେଥିରୁ୧୮୫ ଜଣ ପଜିଟିଭ ଅଛନ୍ତି । ଗତବର୍ଷ ଏହି ସମୟରେ ୫୯୮୧ ଜଣଙ୍କୁ ଟେଷ୍ଟ କରାଯାଇଥିଲା ସେଥିରୁ ୩୫୩ ଜଣ ପଜିଟିଭ ବାହାରିଥିଲେ। ଯାହା ଏବର୍ଷ ତୁଳନାରେ ବହୁତ କମ ଅଛି ।

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ଅପେକ୍ଷା ୬ ଦିନ  

mahabharatanews

ଆଳୁ ୩୨ ଟଙ୍କାରୁ ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟନୁଷ୍ଠାନ : ଖାଦ୍ୟ ଯୋଗାଣ ମନ୍ତ୍ରୀ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହରେ ହୋହାଲ୍ଲା

mahabharatanews