ଭୁବନେଶ୍ୱର: ଇନଫୋସିଟ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ହାଜର ହେଲେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟଙ୍କ ସମ୍ମୁଖରେ ହାଜର ହୋଇ ମୁଦା ଲଫାପାରେ ତଦନ୍ତ ଷ୍ଟାସନ ରିପୋର୍ଟ ଦାଖଲ କରିଛନ୍ତି । ଅ।।ଜି ମଧ୍ୟ ପୁଲିସ ତଦନ୍ତକୁ ନେଇ କୋର୍ଟ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୬ ତାରିଖରେ ହେବ । ଗତ ସେପ୍ଟେମ୍ବର ୩୦ ତାରିଖରେ ଏହି ମାମଲାର ଶୁଣାଣି କାଳରେ ହାଇକୋର୍ଟ ପୁଲିସର ଶିଥିଳ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତଦନ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଓଟିଭିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ତାଙ୍କ ନାବାଳିକା କନ୍ୟାକୁ ୭ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଲକଡାଉନର ପ୍ରାରମ୍ଭିକ ଅବସ୍ଥାରେ ଅର୍ଥାତ୍ ମାର୍ଚ୍ଚ ଶେଷରୁ ଏପ୍ରିଲ ମଧ୍ୟଭାଗ ମଧ୍ୟରେ ତାଙ୍କ ନାବାଳିକା ଝିଅକୁ ଓଟିଭିର ୪ କର୍ମଚାରୀଙ୍କ ସହ ଜଣେ ପୁଲିସ କର୍ମଚାରୀ ଓ ତାଙ୍କ ଦୁଇ ବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ।