ଓଡିଶା

ରାସ୍ତା ନଥିବାରୁ ପ୍ରସଭ ମହିଳାଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର

ରାୟଗଡ଼ା: ପୁଣି ଜନନୀ ଯନ୍ତ୍ରଣା । ଏଭଳି ଅଭାନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗାଁରେ । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପଶି  ପାରିନଥିଲା   । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ପହଞ୍ଚି  ଆମ୍ବୁଲାନ୍ସରେ ମେଡିକାଲ୍ ନେବା ବାଟରେ ଜନ୍ମ ହୋଇଥିଲା ଏକ ଶିଶୁ କନ୍ୟା । ଡ୍ରାଇଭର ଡି. ସୁରେଶ ବାବୁଙ୍କୁ ଏଥିପାଇଁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ସୂଚନା ଅନୁଯାଇ ; ଜିମାରାଓ ଗାଁର ଅର୍ଜୁନ ଜାଗରଙ୍ଗାଙ୍କ ପତ୍ନୀ ସୁଭଦ୍ରାଙ୍କ ପ୍ରସବ ସମୟ  ହୋଇଥିଲା । ଏହା ପରେ ଆଶା ଦିଦି ୧୦୨ ଆମ୍ବୁଲାନ୍ସକୁ ଡାକିଥିଲେ । ସକାଳ ୬ଟାରେ ଆମ୍ବୁଲାନ୍ସ ଜିମାରାଓ ଗାଁ ଠାରୁ ୪କିମି ଦୂରରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଁକୁ ଯାଇ ସମ୍ପର୍କୀୟଙ୍କ ସହ ମିଶି ଭାର କରି ଗର୍ଭବତୀଙ୍କୁ ୪ କିମି ବୋହି ଆଣିଥିଲେ ।ଆଉ ସେଠାରେ ଆମ୍ବୁଲାନ୍ସରେ ମେଡିକାଲ୍ ନେବା ବାଟରେ ଜନ୍ମ ହୋଇଥିଲା ଏକ ଶିଶୁ କନ୍ୟା । ଏବେ ନବଜାତ ଶିଶୁ ଓ ମାଆ ଉଭୟଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି । ଉଭୟ ଗୁଡ଼ାରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Related posts

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି

mahabharatanews

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ଏସସିଏସ କଲେଜ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଚେତାବନୀ

mahabharatanews