ଭାରତ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ନୂଆବର୍ଷରେ ଭୂକମ୍ପ ଝଟ୍‌କା । ଥରିଲେ ଦିଲ୍ଲୀ ବାସିନ୍ଦା | ଲୋକମାନେ ନୂଆବର୍ଷ ସେଲିବ୍ରେସନରେ ମଜ୍ଜିଥିବା ବେଳେ ଲାଗିଲା ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ରହିଛି । ରାତି ପାଖାପାଖି ୧ଟା ୧୯ବେଳେ ଭୂକମ୍ପ ଝଟକା ଲାଗିଥିଲା । ହରିଆଣାର ଇଜ୍ଜର ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଭୂପୃଷ୍ଠରୁ ୫ କିଲୋମିଟର ମାଟି ତଳେ ଏହି ଭୂମିକମ୍ପ ହୋଇଛି । ଏଥିରେ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ କିଛି ଦିନ ଭିତରେ ବହୁତ ଥର ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି ନଭେମ୍ବର ୨୯ରେ ଦିଲ୍ଲୀର ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିଲା ।

Related posts

ଗର୍ଭବତୀ ଘଟଣାରେ ଜାତୀୟ ମାନବାଧିକାରର ତଦନ୍ତ

mahabharatanews

ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି

mahabharatanews

ଲୋକପ୍ରିୟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

mahabharatanews