ଓଡିଶା

ହାତୀ ଭୟରେ ସ୍କୁଲ ଛୁଟି, କାବୁ କରିବାକୁ ବନ ବିଭାଗର ଉଦ୍ୟମ

(ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ହାତୀ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବାରୁ ଲୋକେ ଆତଙ୍କିତ ହୋଇଛନ୍ତି । ତେବେ ଏହି ହାତୀ ଆତଙ୍କର ପ୍ରଭାବ ସ୍କୁଲ ପିଲାଙ୍କ ପାଠପଢା ଉପରେ ମଧ୍ୟ ପଡିଛି । ଫଳରେ ଏଠାରେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲଗୁଡିକୁ ଛୁଟି ଘୋଷଣା କରିଛନ୍ତି । ଗତ ୪ ଦିନ ଧରି ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀଟି ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା । ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରି ଦେଇଥିବା ବେଳେ ଗତ ଶୁକ୍ରବାର ଗୋଡିପାଟଣା ଓ ରାଧାପାଟଣା ଗାଁର ୨ ଜଣଙ୍କୁ ଦଳି ଦେଇଥିଲା । ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଉଦ୍ୟମ ଜାରି ରହିଛି । ସୂଚନାଯୋଗ୍ୟ, ଦନ୍ତାଟି ଝାଡଖଣ୍ଡ ଅଞ୍ଚଳରୁ ଓଡ଼ିଶାର କେନ୍ଦୁଝରର ପାଟଣା, ଆନନ୍ଦପୁର ଦେଇ ଟମକା ଅଞ୍ଚଳକୁ ପସି ଆସିଥିଲା । ସେଠାରେ ଜଣଙ୍କୁ ମାରିଥିବା ବେଳେ ୨ ଜଣ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ପରେ ପାଟରାଙ୍ଗ ଦେଇ କୋରେଇ ଅଞ୍ଚଳରେ ୩ ଦିନ ଧରି ଦନ୍ତାଟି ବିନାଶ ଚଳାଇଛି । ଉନ୍ମତ୍ତ ହାତୀକୁ ଆୟତ୍ତ କରିବା ପାଇଁ କଟକ ଡିଭିଜନ ଓ ଯାଜପୁର ରୋଡ ବନବିଭାଗ ପକ୍ଷରୁ ୭୦ରୁ ଉଦ୍ଧ୍ୱର୍ ଅଧିକାରୀ ଓ କର୍ମଚାରୀ ଉଦ୍ୟମ ଚଳାଇଥିଲେ ମଧ୍ୟ ଏଯାଏ ତାକୁ କାବୁ କରିବା ସମ୍ଭବପର ହୋଇନାହିଁ । ଫଳରେ ହାତୀ ଉପଦ୍ରବ ଯୋଗୁଁ କୋରେଇ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକ ଆଜି ବନ୍ଦ ରହିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ପାରଳାଖମୁଣ୍ଡି ଏସବିଆଇ ମ୍ୟାନେଜର ସଂକ୍ରମିତ: ବ୍ୟାଙ୍କରେ ପଡିଳା ତାଲା

mahabharatanews

ସପ୍ତାହାନ୍ତରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

mahabharatanews

ଦାନା ବାନ୍ଧୁଛି ଲଘୁଚାପ, ୧୩ ରୁ ପ୍ରବଳ ବର୍ଷା

mahabharatanews