ଓଡିଶା

ଯୁବକଙ୍କୁ ଦଳି ଦେଲା ଦନ୍ତା

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ଦରଗାଁ ନିକଟରେ ଏକ ଅଘଟଣ ଘଟିଛି । ଗୁରୁବାର ଏଠାରେ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସ୍ଥାନୀୟ ଟାଙ୍ଗରିପଡା ଗାଁର ବିଷ୍ଣୁ ଦଳ ବୋଲି ଜଣାପଡିଛି । ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି । ଗୁରୁତରଙ୍କୁ ବୋଡେନ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗୁରୁବାର ଟାଙ୍ଗିରିପଡା ଗାଁର କିଛି ଲୋକ ନିକଟସ୍ଥ ଦରଗାଁକୁ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ଦନ୍ତା ହାବୁଡରେ ସେମାନେ ପଡି ଯାଇଥିଲେ । ହାତୀଟି ଜଣେ ଯୁବକଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୫ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା 

mahabharatanews

ବଡଚଣା ବ୍ଲକ ପଞ୍ଚାୟତ ସ୍ତରରେ ଉପନିର୍ବାଚନର ଘୋଷଣା ହେଲା ଫଳାଫଳ

mahabharatanews