ଓଡିଶା

ସରିଲା ପକ୍ଷୀଗଣନା

 (ଚିଲିକା) : ଶେଷ ହେଲା ଚିଲିକାରେ ପକ୍ଷୀଗଣନା । ଚଳିତବର୍ଷ ଗ୍ରୀଷ୍ମକାଳୀନ  ଶୁକ୍ରବାର ଦିନ ଶେଷ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା କମି ଥିବାବେଳେ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି।  

 

ସୂଚନାନୁଯାୟୀ , ଚଳିତବର୍ଷ ୫ଟି ରେଞ୍ଜ୍‌ରେ ୫୪ ହଜାର ୪୦୭ ବିଦେଶୀ ପକ୍ଷୀ ରହିଥିବା ବେଳେ ୮୫୪୦ଟି ଦେଶୀୟ ପକ୍ଷୀ ରହିଥିବା ଗଣନା ବେଳେ ଜଣାପଡ଼ିଛି। ଏହି ୫ଟି ରେଞ୍ଜ୍‌ରେ ୪୩ଟି ବିଦେଶୀ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ସାତପଡ଼ା ରେଞ୍ଜ୍‌ରେ ୭୭୪୪, ବାଲୁଗାଁରେ ୧୮୬୫୫, ଟାଙ୍ଗୀରେ ୨୦୫୭୦, ରମ୍ଭାରେ ୨୦୦୨ ଓ ଚିଲିକା ରେଞ୍ଜ୍‌ରେ ୫୪୩୬ଟି ବିଦେଶୀ ପକ୍ଷୀ ରହିଛନ୍ତି। ସେହିଭଳି ସାତପଡ଼ାରେ ୧୦୧୯, ବାଲୁଗାଁରେ ୧୯୨୬, ଟାଙ୍ଗୀରେ ୩୭୧୫, ରମ୍ଭାରେ ୬୨୨, ଚିଲିକା ରେଞ୍ଜରେ ୧୨୫୫ଟି ଦେଶୀୟ ପକ୍ଷୀ ରହିଛନ୍ତି।

Related posts

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews

୨୦୦୧ ବ୍ୟାଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews

ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

Leave a Comment