ସୂର୍ୟ୍ୟକାନ୍ତ ବେହେରା/ ମାଲକାନଗିରି: ସମଗ୍ର ବିଶ୍ୱ ମହାମାରୀ କରୋନା ସଂକ୍ରମଣରେ ଡହଳ ବିକଳ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ କିଛି ଚୋରା ମଦ ବେପାରୀ ବେଆଇନ ଭାବେ ଦେଶୀ ମଦ ବିକ୍ରି ଚାଲିଛି । ଏହି ଖବର ଜାଣିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅବକାରୀ ବିଭାଗ କର୍ମଚାରୀମାନେ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଚଳାଇଛନ୍ତି । ମାଲକାନଗିରି ପୌରାଚଂଳ, ବାଲିମେଳା ଏନଏସି ଅଚଂଳ, ମାଲକାନଗିରି ଓ ମାଥିଲି ବ୍ଲକ ଅଚଂଳର ବିଭିନ୍ନ ସାହିବସ୍ତୀରେ ଅବକାରୀ ବିଭାଗ ଚଢାଉ କରି ବେଆଇନ ମଦରନ୍ଧା ଭାଟିଗୁଡିକୁ ଭାଙ୍ଗିଦେବା ସହିତ ମାସକ ମଧ୍ୟରେ ୫୦୧୫ଲିଟର ଦେଶୀ ମଦ,୧୨ଲିଟର, ବିଅର,୭୩୫୫ ଲିଟ. ମହୁଲ ପୋଚ, ମହୁଲି ମଦ ରନ୍ଧା ପାଇଁ ଗଛିତ ଥିବା ୧୫୦କ୍ୱିଟାଂଲ ମହୁଲ ଫୁଲ ଜବତ କରିଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୨୧ଟି କେସ ରୁଜୁ କରାଯାଇ ବେଆଇନ ମଦରାନ୍ଧିବା, ମଦବିକ୍ରି କରିବା ଅଭିଯୋଗରେ ୧୦୦ଜଣ ଚୋରା ବେପାରୀଙ୍କୁ ଗିରଫ କରାଯାଇଛି । ଜିଲ୍ଲାଅବକାରୀ ବିଭାଗ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଏହି ଚଢାଉ ଅଭିଯାନ ଚାଲିଛି । ଆଗାମୀ ଦିନରେ ମଧ୍ୟ ଏହି ଚଢାଉ ଜାରି ରହିବ । ଚଢଉ ସମୟରେ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବାର ବାର୍ତାଦେବା ସହିତ ଗ୍ରାମବାସୀମାନଙ୍କୁ ମାସ୍କବଟଂନ କରାଯାଉଛି ବୋଲି ଜିଲ୍ଲାଅବକାରୀ ବିଭାଗ ଅଧିକ୍ଷକ ଶ୍ରୀ ସେଠି ସୂଚନା ଦେଇଛନ୍ତି ।
