ଓଡିଶା

 ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ 

(ବାଲେଶ୍ଵର) : କେମୋ ୱାର୍ଡରେ ଅଚାନକ ଲାଗିଲା ନିଆଁ । ବାଲେଶ୍ୱର ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ ଲାଗିଯାଇଛି | ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାଯାଇଛି। ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ କରିଛି। ତେବେ କୌଣସି କ୍ଷତି ହୋଇନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାନୁଯାୟୀ,  ଆଜି ସକାଳେ ଏଫଏମ ମେଡିକାଲ କଲେଜର କେମୋ ୱାର୍ଡ ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ଲାଗିଯାଇଥିଲା । ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ପୋଡା ଗନ୍ଧ ହେବାରୁ ରୋଗୀମାନେ ତୁରନ୍ତ ବାହାରକୁ ଚାଲିଆସିଥିଲେ ।

Related posts

ଅଲ୍ ଚିକି ଲିପିର ସ୍ରଷ୍ଟା ଗୁରୁ ଗମ୍ କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତି ପାଳିତ

mahabharatanews

ନାବାଳିକାକୁ ଅପହରଣ କରି ବଳି ଦେବା ଉଦ୍ୟମ, ତିନି ଅଭିଯୁକ୍ତ ଗିରଫ

mahabharatanews

 ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

mahabharatanews