(କଟକ) : ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି। ତେବେ ଉପରେ ସ୍କୁଟି ଉପରୁ ମିଳିଥିବା ବେଳେ ଘଟଣାରେ କିଛି ସ୍ୱଷ୍ଟତା ଦେଖାଯାଉନାହିଁ । ଯୁବତୀ ଜଣକ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଐଶ୍ୱର୍ଯ୍ୟା ପରିଜା ବୋଲି ଜଣାପଡ଼ିଛି। ସେ ଏକ ଘରୋଇ କଲେଜର ଛାତ୍ରୀ।
ସୂଚନାନୁଯାୟୀ , ଘଟଣାସ୍ଥଳରେ ଐଶ୍ୱର୍ଯ୍ୟାଙ୍କ ବାପା, ମା ପହଞ୍ଚି ସ୍କୁଟିକୁ ଚିହ୍ନଟ କରିଛନ୍ତି। ପ୍ରକୃତରେ ସେ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁଛନ୍ତି ନା କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି,ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
