ଅପରାଧ

ପେଣ୍ଠକଟା ତେଲୁଗୁ ବସ୍ତିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ପେଣ୍ଠକଟା ତେଲୁଗୁ ବସ୍ତିରେ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ହୋଇଛି । ପେଣ୍ଠକଟା କଣ୍ଟେନମେଣ୍ଟ ଅଞ୍ଚଳରେ ଆଜି କିଛି ଆଶା କର୍ମୀ, ସ୍ୱେଚ୍ଛାସେବୀମାନେ ପହଞ୍ଚି କିଛି ବ୍ୟକ୍ତିଙ୍କୁ କରୋନା ପଜିଟିଭ ଦର୍ଶାନ ଡାକ୍ତରଖାନା ନେଉଥିବା ବେଳେ ସେମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ଏଏନଏମ, ଜଣେ ଆଶା କର୍ମୀ ଆହତ ହୋଇଛନ୍ତି। ଏପରିକି ସେଠାରେ ଥିବା କିଛି ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ତେଲୁଗୁ ବସ୍ତିର ଲୋକଙ୍କୁ ପୁରୀ ଜିଲା ପ୍ରଶାସନ ଜାଣି ଶୁଣି କରୋନା ଆକ୍ରାନ୍ତ କହି କୋଭିଡ ହସ୍ପିଟାଲକୁ ନିଆଯାଉଛି । କିନ୍ତୁ ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉ ନାହିଁ । ଏଣୁ ଜୋର ଜବରଦସ୍ତ ପ୍ରଶାସନ ତାଙ୍କୁ ଟାର୍ଗେଟ କରୁଥିବା ବସ୍ତି ବାସିନ୍ଦାମାନେ ଅଭିଯୋଗ ଆଣିଛନ୍ତି । ତେବେ ଆକ୍ରମଣ ବିଷୟରେ ଖବର ପାଇ ପୋଲିସ ଫୋର୍ସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । କିଛି ଖଳ ପ୍ରକୃତିର କରୋନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଭୂଲ ସୂଚନା ଦେଉଥିବାରୁ ସେମାନେ ଆକ୍ରମଣ କରିଛନ୍ତି ବୋଲି ସ୍ୱେଚ୍ଛାସେବୀମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Related posts

ସମ୍ବର ମାଂସ ଜବତ, ଶିକାରୀ ଗିରଫ

mahabharatanews

ଜୀବନ ପ୍ରତି ବିପଦ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପଦକ୍ଷେପ ନେଲା ଜେଲ୍ ପ୍ରଶାସନ

mahabharatanews

ଏକୁଟିଆ ଦେଖି ଦିବ୍ୟାଙ୍ଗ ମହିଳାଙ୍କୁ ଅସଦାଚରଣ

mahabharatanews