ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ପକ୍ଷରୁ ଦୁଇଟି ପଲ୍ଲି କୀଟ (ସମୁଦ୍ର ଜିଆ) ଚିହ୍ନଟ ହୋଇଛି l ଏହି ଜିଆ ପଶ୍ଚିମବଙ୍ଗର ପୁର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦିଘା ଏବଂ ବାଙ୍କିପୁଟ୍ ଉପକୂଳରୁ ଚଳିତ ବର୍ଷ ମେ ମାସରେ ଗୋପାଳପୁର କେନ୍ଦ୍ରର ଗବେଷିକା ଜୋତ୍ସା ପ୍ରଧାନ ପାଇଥିଲେ l ଏହାକୁ ଗୋପାଳପୁର ଜେଡ ଏସ ଆଇ ରେ ବୈଜ୍ଞାନିକ ଡ଼.ଅନିଲ ମହାପାତ୍ର,ଡ଼.ଟୁଲିଓ ଏଫ,ଭିଲାଲୋବୋସ୍-ଗୁଏରେରୋ ଏହି ଜିଆ କୁ ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଏହାର ତଥ୍ୟକୁ ନିୟୁଜଲାଣ୍ଡର ଏକ ପତ୍ରିକାକୁ ତଥ୍ୟ ପ୍ରଦାନ କରାଯାଇଥିଲା l ସେଠାରେ ଏହାର ବିଭିନ୍ନ ତଥ୍ୟ ଉପରେ ତଦାରଖ କରିବା ପରେ ଏହି ଦୁଇଟି ନୂତନ ପ୍ରଜାତିର ପଲ୍ଲୀ କୀଟ ଵା ସମୁଦ୍ର ଜିଆ ଚିହ୍ନଟ ହେବା ପରେ ଆଜି ଖ୍ୟାତି ସମ୍ପୂର୍ଣ୍ଣ ପତ୍ରିକା ଜୁଟେକ୍ସା ରେ ପ୍ରକାଶିତ ହୋଇଛି।
ଗୋଟିଏ ଜିଆ କୁ ନାମାଲୟୀକାଷ୍ଟିସ ଶୋଲେନୋଟୋଗ୍ନାଥା ରହିଥିବା ବେଳେ ଅନ୍ୟଟି ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କଲିକତାର ପ୍ରଥମ ମହିଳା ନିର୍ଦ୍ଧେଶିକା ଡ.ଧ୍ରୀତି ବାନାର୍ଜୀଙ୍କ ନାମରେ ନେରେଇସ ଧ୍ରୀତିଏଈ ନାମକରଣ କରାଯାଇଛି। ଏହି ପ୍ରଜାତିର ପଲ୍ଲି କୀଟ ମାନେ ସମୁଦ୍ର ଉପକୂଳ ଅଞ୍ଚଳରେ ବସବାସ କରନ୍ତି l ଏମାନଙ୍କ ଦାନ୍ତ ଶକ୍ତ ରହିଥିବା ହେତୁ ଏମାନେ ସମୁଦ୍ର କୂଳ ମାନଙ୍କରେ ପଥର,କାଠକୁ କଣା କରି ସେଠାରେ ବସବାସ କରନ୍ତି l ଏମାନଙ୍କ ରଙ୍ଗ ଧୂସର ହୋଇଥିବା ବେଳେ ଛୋଟ ଛୋଟ ଜୀବ ଆଦି ଖାଦ୍ୟ ଭାବେ ବ୍ୟବହାର କରନ୍ତି l ଏମାନେ ବିଷାକ୍ତ ନୁହନ୍ତି l ଏମାନଙ୍କୁ ମାଛ ଖାଦ୍ୟ ଭାବେ ବ୍ୟବହାର କରନ୍ତି l ଏହାର ଅଧିକ ତଥ୍ୟ ଜାଣିବା ପାଇଁ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି l ପରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିବ ବୋଲି ଜେଡ ଏସ ଆଇ ର ବୈଜ୍ଞାନିକ ଡ଼.ଅନିଲ ମହାପାତ୍ର ସୂଚନା ଦେଇଛନ୍ତି l
