ଅପରାଧ

ଗୋରୁ ଚୋରଙ୍କୁ କାବୁ କରି ନିର୍ଧୁମ ଛେଚିଲେ

(ଦିଲ୍ଲୀପ ସାହୁ/ଜଗତସିଂପୁର): କରୋନା କଟକଣା ପାଇଁ ଲୋକ ଘରୁ ବାହାରକୁ ବାହାରୁ ନଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ମାତିଛନ୍ତି ଗୋରୁ ଚୋର। ଅଭିନବ ଉପାୟରେ ବୁଲାଗୋରୁ, ଷଣ୍ଢ ଗୁଡିକୁ ଚୋରି କରି କଂସେଇଖାନାକୁ ଚାଲାଣ କରୁଥିବା ଏକ ରାକେଟକୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରି ଅଟକ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଗତକାଲି ବିଳମ୍ବିତ ରାତିରେ କେତେକ ଗାଈଗୋରୁଙ୍କୁ ଚୋରମାନେ ପିକ୍ଅପ ଭ୍ୟାନରେ ଲଦି ଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଜାଣିପାରି ସେମାନଙ୍କୁ ପିଛାକରିଥିଲେ। ଚୋରମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସ୍ଥାନୀୟ ଲୋକମାନେ କାବୁ କରିଥିଲେ। ତିନିଜଣଙ୍କୁ ଗୋଟିଏ ଗଛରେ ବାନ୍ଧି ଲୋକମାନେ ନିସ୍ତୁକ ମାଡ ମାରିଥିଲେ। ଛଅଘଣ୍ଟା ଧରି ଗୋରୁଚୋର ଅଟକ ରହିଥିଲେ ମଧ୍ୟ ତିର୍ତ୍ତୋଲ ପୋଲିସ କୌଣସି ତତ୍ପରତା ଦେଖାଇନଥିଲା। ଶାସକ ବିଜେଡି ଦଳର ଜଣେ ଛାମୁଆଁ ନେତା ଓ ଜଣେ ସରପଞ୍ଚଙ୍କ ପାଞ୍ଚହଜାର ଟଙ୍କାର ମୂଲଚାଲ ପରେ ଚୋରମାନେ ଖସିଯାଇଥିବା ଖବର ମିଳିଛି। ଗୋରୁଚୋର ରାକେଟର ସଦସ୍ୟମାନେ ମାରଣାସ୍ତ୍ର,ବନ୍ଧୁକ ଧରି ଦୈନିକ ରାତିରେ ବୁଲା ଗୋରୁଗାଈ, ଷଣ୍ଢ ଚୋରି କରିବା ସହ ଲୋକଙ୍କ ଗୁହାଳରୁ ଗୋରୁଚୋରି ନେଉଥିବା ଅଭିଯୋଗ ହେଉଛି। ଏହି ଗୋରୁଚାଲାଣ କରୁଥିବା ଏହି ଚୋରମାନଙ୍କୁ ପୋଲିସ ଧରିବା ସହ ଏମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

Related posts

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

mahabharatanews

କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ଜଣଙ୍କୁ ନିର୍ମମ ହତ୍ୟା

mahabharatanews

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

mahabharatanews