ବିଶ୍ୱ

ଗ୍ରୀଷ୍ମ ପ୍ରଭାବ :  ବେଜିଂରେ ସର୍ବୋଚ୍ଚ ସ୍ତରର ରେଡ୍‌ ଆଲର୍ଟ ଜାରି 

(ଚୀନ) : ଚୀନ ରାଜଧାନୀ ବେଜିଂ ସମେତ ଅନ୍ୟ କେତେକ ସ୍ଥାନରେ ପ୍ରବଳ ଖରା ପ୍ରଭାବ ହେଉଥିବାରୁ ଜାଜଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କହିବାକୁ ଗଲେ ଏକ ପ୍ରକାର ନିଆଁ ବର୍ଷୁଛି। ଆଗକୁ ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ଥିବାରୁ ବେଜିଂରେ ସର୍ବୋଚ୍ଚ ସ୍ତରର ସତର୍କତା ବା ରେଡ୍‌ ଆଲର୍ଟ ଜାରି କରାଯାଇଛି। ଗୁରୁବାର ବେଜିଂର ତାପମାତ୍ରା ୪୧ ଡିଗ୍ରିରୁ ଅଧିକ ‌ରହିଥିଲା। ରାଜଧାନୀର ଦକ୍ଷିଣରେ ଅବସ୍ଥିତ ଏକ ଉପକଣ୍ଠରେ ଅପରାହ୍ଣରେ ତାପମାତ୍ରା ୪୧.୧ ଡିଗ୍ରି ସେଲସିୟସ ରହିଥିଲା।

ସୂଚନାନୁଯାୟୀ , ଚୀନରେ ଚାରି ସ୍ତରର ସର୍ତକତା ସୂଚନା ଜାରି କରାଯାଇଥାଏ। ଅତି ଗୁରୁତର ତାତି ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଥାଏ। ଏହା ପଛକୁ ଯଥାକ୍ରମେ ଅରେଞ୍ଜ, ୟେଲୋ ଏବଂ ବ୍ଲୁ ସତର୍କତା ଜାରି ହୋଇଥାଏ। ରେଡ୍‌ ଆଲର୍ଟ ଅର୍ଥ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବ। ଆସନ୍ତା ୮ରୁ ୧୦ ଦିନ ପାଇଁ ଉଚ୍ଚ ତାପମାତ୍ରା ଜାରି ରହିବ। ବେଜିଂ ସମେତ ତିଆନଜିନ, ହେବେଇ, ସାନଡଙ୍ଗ, ହେନାନ ଆଦି ଅଞ୍ଚଳ ପାଇଁ ଉଚ୍ଚ ତାପମାତ୍ରାର ସତର୍କତା ଜାରି କରାଯାଇଛି।

Related posts

ରାଣୀ ଏଲିଜାବେଥ କରୁଥିଲେ ୧୫ ଦେଶରେ ରାଜ୍

mahabharatanews

ଲାହୋରରେ ସିରିଜ ବିସ୍ଫୋରଣ: ୫ ମୃତ

mahabharatanews

ଆଜି ଶପଥ ନେବେ ମହମ୍ମଦ ୟୁନୁସ

mahabharatanews