(ଭୁବନେଶ୍ୱର) : ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଉନ୍ନୟମ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଥିବା ନେଇ ସୂଚନା ରହିଛି ।
ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରାଯିବା ସବ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ନେଇ ବେଠକରେ ଆଲୋଚନା ହେବ । ତେବେ କେଉଁ ବିଭାଗ କେତେ ପ୍ରତିଶତ କାର୍ଯ୍ୟ କରିଛନ୍ତି, ୫-ଟି ସଚିବଙ୍କ ଜନଶୁଣାଣି ସମୟରେ ଆସିଥିବା ଅଭିଯୋଗର କେତେ ସମାଧାନ ହୋଇଛି ସେନେଇ ଅନୁଧ୍ୟାନ କରାଯାଉଛି ବୋଲି ସୂଚନା ମିଳିଛି । ଏଥିସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି ।
