Accident

ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା; ୧ ମୃତ, ୯ ଆହତ

ରାଜଧାନୀ ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା । ଦ୍ୱାରକା ସେକ୍ଟର ୧୨ରେ ଏକ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ି ଜଣେ ମହିଳା ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ହସ୍ପିଟାଲରେ ବେସମେଣ୍ଟରେ କିଛି ଶ୍ରମିକ କାମ କରୁଥିଲେ। ସେହି ସମୟରେ ବେସମେଣ୍ଟର କାନ୍ଥ ଭୁଶୁଡ଼ିଗଲା ଓ ତା’ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ। ତୁରନ୍ତ ସମସ୍ତ ଶ୍ରମିକଙ୍କୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଦେବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକଙ୍କ ଘର ଉତ୍ତରପ୍ରଦେଶର ଝାନସୀରେ ବୋଲି ଜଣାଯାଇଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛି ଓ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts

ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ ମୃତ୍ୟୁ

mahabharatanews

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews