Accident

ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା; ୧ ମୃତ, ୯ ଆହତ

ରାଜଧାନୀ ଦିଲ୍ଲୀରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା । ଦ୍ୱାରକା ସେକ୍ଟର ୧୨ରେ ଏକ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ି ଜଣେ ମହିଳା ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ହସ୍ପିଟାଲରେ ବେସମେଣ୍ଟରେ କିଛି ଶ୍ରମିକ କାମ କରୁଥିଲେ। ସେହି ସମୟରେ ବେସମେଣ୍ଟର କାନ୍ଥ ଭୁଶୁଡ଼ିଗଲା ଓ ତା’ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ। ତୁରନ୍ତ ସମସ୍ତ ଶ୍ରମିକଙ୍କୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଦେବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମୃତକଙ୍କ ଘର ଉତ୍ତରପ୍ରଦେଶର ଝାନସୀରେ ବୋଲି ଜଣାଯାଇଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛି ଓ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts

ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତି ପୋଡ଼ି ପାଉଁଶ…

mahabharatanews

ହାତର ଘଣ୍ଟା ଦେଖି ଅଜିତ ଙ୍କ ମୃତଦେହ ଚିହ୍ନଟ କରିଥିଲେ ପରିବାର…

mahabharatanews

ଘରର କାନ୍ଥକୁ ବାଇକ ନେଇ ପିଟିଲା ଦୁଇ ଯୁବକ

mahabharatanews