Uncategorized

ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ

ଚାଙ୍ଗଲାଙ୍ଗ: ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ଥିବା ମିଓ ବମ୍ ରିଜର୍ଭ ଫରେଷ୍ଟରୁ ଭାରତୀୟ ଆର୍ମୀ ଓ ଅରୁଣାଚଳପ୍ରଦେଶ ପୁଲିସର ମିଳିତ ଅପରେଶନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୁଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବୁଧବାର ଦିନ ଏହି ମିଳିତ ଅପରେଶନ ହୋଇଥିଲା ।
ଏକ ବିଶେଷ ସୂତ୍ରରୁ ସଶସ୍ତ୍ର ଏନଏସସିଏନ କ୍ୟାଡରଙ୍କ ଉପସ୍ଥିତିକୁ ନେଇ ପୁଲିସ ସୂଚନା ପାଇଥିଲା ।ା ଏହା ପରେ ସେନା ଓ ପୋଲିସର ମିଳିତ ଟିମ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଅପ୍ରତିକର ପାଗ ସତ୍ତେ୍ୱ ଟିମ ସଫଳତାର ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏଥିରେ ଏକେ-୫୬, ୩ଟି, ମାଗାଜିନ, ୧୧୫ ଜୀବନ୍ତ ଗୁଳିଗୁଳା, ଏକ ୨୨ ପିସ୍ତୋଲ ମାଗାଜିନ ସହ ଗୋଟିଏ ଅଣ୍ଡର ବାରେଲ ଗ୍ରେନେଡ ଲଞ୍ଚର, ଗୋଟିଏ ହ୍ୟାଣ୍ଡ ଗ୍ରାନେଡ, ଗୋଟିଏ କେଜି ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ଯୁଦ୍ଧ କଲା ପରି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହା ପରେ ପୁଲିସ ପରବର୍ତ୍ତୀ ତଦନ୍ତ ଆରମ୍ଭ କରି ଦେଇଛି ।

Related posts

ଦିଲ୍ଲୀ ହିଂସା: ସାହରୁଖର ବନ୍ଧୁକ ଉଦ୍ଧାର

mahabharatanews

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

mahabharatanews

କେମିତି ରହିବ ନୂଆ ବର୍ଷ ୨୦୨୧

mahabharatanews