ଭାରତ

ସୀମାରେ ପଶୁଥିଲେ ଆତଙ୍କୀ, ପଣ୍ଡ କଲା ସେନା

ଜମ୍ମୁ-କଶ୍ମୀର: ସୀମାରେ ପଶିବାକୁ ଚେଷ୍ଟା କରୁଥିଲେ ଆତଙ୍କବାଦୀ । ଯାହାକୁ ପଣ୍ଡ କରିଛି ଭାରତୀୟ ସେନା । ଜମ୍ମୁ- କଶ୍ମୀରର ବଟ୍ଟଲ ସେକ୍ଟରରେ ପଶିବାକୁ ପାକିସ୍ତାନ ଅନୁପ୍ରବେଶକାରୀ ଚେଷ୍ଟା କରିଥିଲେ ।  ଏହି ସମୟରେ ଅନୁପ୍ରବେଶକାରୀଙ୍କ ସହ ସେନାର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଜଣେ ଯବାନ ଗୁରୁତର ହୋଇଥିବା ଜଣାଯାଇଛି। ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରି ଯାଞ୍ଚ ଚାଲିଛି। ଗତକାଲି ବିଳମ୍ବିତ ରାତିରେ ପାକସ୍ତାନ ପଟୁ କିଛି ଆତଙ୍କବାଦୀ ଭାରତ ବର୍ଡରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଖବର ପାଇ ରାତି ପ୍ରାୟ ୩ଟାରେ ଭାରତୀୟ ଯବାନ ଗୁଳି ଚଳାଇଥିଲେ। ଫଳରେ ଆତଙ୍କବାଦୀ ବି ଆଖିବୁଜା ପାଲଟା ଗୁଳି ଚାଳନା କରିଥିଲେ।

Related posts

ମୁମ୍ବାଇରେ ୧୪୪ ଧାରା ଜାରି

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews