ବିଶ୍ୱ

ଆମେରିକାର ଗୁଳିକାଣ୍ଡରେ ୨୨ ମୃତ ,୬୦ ଆହତ  

(ଆମେରିକା) : ଆମେରିକାର ଲୁଇଷ୍ଟନ୍‌ରେ ଗୁଳିକାଣ୍ଡ । ଏଥିରେ ୨୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ଜଣ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ଆଣ୍ଡ୍ରୋସ୍କୋଗିନ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ସନ୍ଦିଗ୍ଧ ଦୁଇଟି ରାଇଫଲରେ ଗୁଳି ଚଳାଉଥିବା 2 ଟି ଫଟୋ ଫେସବୁକରେ ପୋଷ୍ଟ କରିଛି ।

ସୂଚନାନୁଯାୟୀ ,  ସନ୍ଦିଗ୍ଧ ଫେରାର ହୋଇଯାଇଛନ୍ତି ।  ଫଟୋରେ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ କାଉଣ୍ଟି ସେରଫ୍‌ ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛି । ଲିୱିଷ୍ଟନ୍‌ସ୍ଥିତ ‘ଦି ସେଣ୍ଟ୍ରାଲ୍‌ ମେନେ ମେଡିକାଲ୍‌ ସେଣ୍ଟର୍‌’ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଗୁଳିକାଣ୍ଡ ଓ ନରସଂହାରଜନିତ ଘଟଣାରେ ମୃତାହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ସେ ଅଞ୍ଚଳରେ ଥିବା ବିଭିନ୍ନ ଡାକ୍ତରଖାନା ସହ ସମନ୍ୱୟ ରକ୍ଷା କରୁଛି । ସନ୍ ଜର୍ଣ୍ଣାଲ ରିପୋର୍ଟ କରିଛି ଯେ ଏକ ବୋଲିଂ ଆଲି, ରେସ୍ତୋରାଁ ଏବଂ ୱାଲମାର୍ଟ ବିତରଣ କେନ୍ଦ୍ରରେ ଗୁଳି ବିନିମୟ ସମୟରେ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଥିଲା । ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ମେନ୍ ଷ୍ଟେଟ୍ ପୋଲିସ୍ ରାଜ୍ୟର ଦ୍ୱିତୀୟ ବୃହତ୍ତମ ସହରର ବାସିନ୍ଦାଙ୍କୁ ନିଜ ସ୍ଥାନରେ ସୁରକ୍ଷିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ

mahabharatanews

ଫେଲ୍ ହେଲା ଋଷର ମୁନ୍ ମିଶନ୍

mahabharatanews

 ଗାଜାରେ ପ୍ରବଳ ବୋମା ବିସ୍ଫୋରଣ

mahabharatanews