(ନୂଆଦିଲ୍ଲୀ): ଓ୍ବେଷ୍ଟଇଣ୍ଡିଜ୍ ପ୍ଲେୟର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଟି-ଟ୍ୱେଣ୍ଟି ମ୍ୟାଚରେ ଏକ ରେକର୍ଡଧାରୀ ହେବାକୁ ଯାଉଛନ୍ତି । ତେବେ ଏଥର ଅନୁଷ୍ଠିତ ହେଉଥିବା ଆଇପିଏଲ ମ୍ୟାଚରେ ସେ ସବୁଠାରୁ ଅଧିକ ଛକା ମାରିବାରେ ଏକ ବିଶାଳ ରେର୍କଡ କରିପାରନ୍ତି । ତାଙ୍କ ପାଖରେ ସେ ସୁଯୋଗ ରହିଛି । ସେ ଏବେ ସୁଦ୍ଧା ୯୭୮ ଟି-୨୦ ଛକା ମାରିସାରିଥିବା କ୍ରିସ୍ ଗେଲ୍ଙ୍କ ପାଖରେ ରହିଛି ମଉକା । ହାତରେ ଆଉ ମାତ୍ର ୨୨ଟି ଛକା । ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଚଳିତ ବର୍ଷ ଆଇପିଏଲରେ ୧୦୦୦ ଛକା ପୂରା କରିପାରନ୍ତି କ୍ରିସ୍ ଗେଲ୍ ।
ତେବେ ଏହି ବିଶାଳ ସୃଷ୍ଟି କରିବା ପାଇଁ ତାଙ୍କ ପାକରେ ଆଉ ମାତ୍ର ୨୨ଟି ଛକା ରହିଛି । ଏହା ପରେ ସେ ଏକ ନିଆରା ରେକର୍ଡ କରିପାରିବେ । ପ୍ରକାଶ ଯେ, ୧୧ଟି ଆଇପିଏଲ୍ ସିଜନ୍ ଖେଳିସାରିଥିବା ଓ୍ବେଷ୍ଟଇଣ୍ଡିଜ୍ ପ୍ଲେୟର କ୍ରିସ୍ ଗେଲ୍ ୬ଥର ୨୨ରୁ ଅଧିକ ଛକା ମାରିସାରିଛନ୍ତି । ତେବେ ଆଇପିଏଲ୍ର ଗତ ସିଜ୍ନରେ ଗେଲ୍ ୩୪ଟି ଛକା ମାରିଥିଲେ ।
ୟୁଏଇରେ କିଙ୍ଗସ୍ ୧୧ ପଞ୍ଜାବ ପକ୍ଷରୁ ଓପନିଂ କରୁଥିବା କ୍ରିସ୍ ଗେଲ୍ ବର୍ତ୍ତମାନ ଜୋରଦାର ଅଭ୍ୟାସ ରେ ଲାଗି ପଡିଛନ୍ତି । ଚଳିତ ଥର ଗେଲ୍ ଭଲ ଫର୍ମରେ ଥିବା ମଧ୍ୟ ଜଣାପଡ଼ିଛି । ଆଇପିଏଲ୍-୨୦୨୦ ସିଜ୍ନରେ ଗେଲ୍ ୧୦୦୦ ଛକା ପୂର୍ଣ୍ଣ କରିପାରୁଛନ୍ତି କି ନା ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ସେନେଇ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ହିଁ ଜଣାପଡ଼ିବ ।