Uncategorized

ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

(ଶ୍ରୀନଗର): ଜାମ୍ମୁ-କାଶ୍ମୀରର ଅୱନ୍ତିପୋରାରେ ମଙ୍ଗଳବାର ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଥିବା ଜଣାପଡିଛି । ଦକ୍ଷିଣ କାଶ୍ମୀରର ଅୱନ୍ତିପୋରାରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀମାନେ ମଙ୍ଗଳବାର ସକାଳେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଅତର୍କିତ ଭାବେ ଗୁଳିବର୍ଷା କରିଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ଯବାନମାନେ ପ୍ରତି ଆକ୍ରମଣ କରିଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଗୁଳି ବିନିମୟରେ ଦୁଇ ଏସଓଜି ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ସିଜ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

Related posts

ଦିନକରେ ୯୫,୭୩୫ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୭୨ ମୃତ

mahabharatanews

ଲକ୍ଷେ୍ନøରେ ଆରୋଗ୍ୟ ମେଳା ଉଦଘାଟିତ

mahabharatanews

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews