ବିଶ୍ୱଭାରତରାଜନୀତି

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କ କରୋନା ଗ୍ରସ୍ତ, ସନ୍ଦେହ ଘେରରେ ଭାରତ ଗସ୍ତ !

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ ଏବେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଲାଣି | ଏନେଇ ସୋମବାର ଦିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାପ୍ତାଲି ବେନେଟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତାଙ୍କର ମିଡିଆ ପରାମର୍ଶଦାତା ଏନେଇ ସୂଚନା ପ୍ରଦାନ କରିଛନ୍ତି।ତେବେ ନିକଟରେ ସେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି ।

  • ପ୍ରଧାନମନ୍ତ୍ରୀ ବେନେଟଙ୍କ କାର୍ଯ୍ୟାଳୟରୁ ବିବୃତ୍ତି ଜାରି

ବେନେଟ୍ ଏପ୍ରିଲ୍ 3 ରୁ ଏପ୍ରିଲ୍ 5 ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥାନ୍ତେ। ଏହି କାରଣରୁ ତାଙ୍କର ଯାତ୍ରା ବାତିଲ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ | ବେନେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, କରୋନା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ସେ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଥିବା ତାଙ୍କ କାର୍ଯ୍ୟାଳୟରୁ ଜଣାଯାଇଛି । ହେଲେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟ ବେନେଟ୍ ଘରେ ରହି କରୁଛନ୍ତି ।

  • ହାଡେରାରେ ଆତଙ୍କବାଦୀ ଆକ୍ରମଣ

ରବିବାର ଦିନ ହାଡେରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଇସ୍ରାଏଲ୍ ପୋଲିସ୍ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ କେତେକ ଆହତ ହୋଇଛନ୍ତି। ବେନେଟ ହାଡେରାର ଏକ ସଭାରେ ଯୋଗ ଦେଇଥିଲେ, କିନ୍ତୁ ସେ ଫଟୋରେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ।

  • ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ନିମନ୍ତ୍ରଣ କରିଛନ୍ତି

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗତ ବର୍ଷ ଅକ୍ଟୋବରରେ, ଗ୍ଲାସ୍ଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବେନେଟଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା । ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ବେନେଟଙ୍କୁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନପ୍ଟାଲି ବେନେଟ୍ଟ ଆସନ୍ତା ସପ୍ତାହରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗସ୍ତ କରିପାରନ୍ତି। ଏହି ଗସ୍ତ ଦେଶ ଏବଂ ନେତାଙ୍କ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ନିଶ୍ଚିତ କରିବ ଏବଂ ଇସ୍ରାଏଲ୍ ଓ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନ ହେବାର 30ତମ ବାର୍ଷିକୀ ପାଳନ କରିବ |ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଦେଶ ମଧ୍ୟରେ ରଣନୀତିକ ସହଯୋଗକୁ ଆଗକୁ ବଢ଼ାଇବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତାର କରିବା। ଏହା ବ୍ୟତୀତ ଦୁଇ ନେତା ବିଭିନ୍ନ କ୍ଷେତ୍ରରେ ନବସୃଜନ, ଅର୍ଥନୀତି, ଅନୁସନ୍ଧାନ ଏବଂ ବିକାଶ, କୃଷି ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିବେ।

Related posts

ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ କେଜ୍ରିୱାଲ

mahabharatanews

୨୪ ଘଣ୍ଟାରେ ଦେଶରୁ ୩,୬୧୧ କରୋନା ସଂକ୍ରମିତ ଚିହ୍ନଟ

mahabharatanews

“ତାଙ୍କ ସରକାର ଯେକୌଣସି ସମୟରେ ମଧ୍ୟ ଭାଙ୍ଗି ଯାଇପାରେ “: କଙ୍ଗନା

mahabharatanews