ଓଡିଶା

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ବିଗ୍ରହ

ଯାଜପୁର(ବରୀ) /ପ୍ରଶାନ୍ତ ଦ୍ବିବେଦୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସର ରେ ବରୀ ଅଞ୍ଚଳ ର ବିଭିନ୍ନ ଜଗନ୍ନାଥ ମନ୍ଦିର ତଥା ବରୀ ବାଗଦା, ଆନନ୍ଦପୁର ଠାରେ ଥିବା ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଜଗନ୍ନାଥ ବଡ଼ ଠାକୁର ବଳଭଦ୍ର ଭଗିନୀ ମା ସୁଭଦ୍ରା ଙ୍କ ସହ ଚକ୍ରରାଜ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଙ୍କ ଦେବ ସ୍ନାନ ନୀତି ସମ୍ପନ୍ନ ହୋଇଯାଇଛି । ସକାଳ ଧୂପ ପରେ ମଙ୍ଗଳ ଆଳତି ମହାସ୍ନାନ ପରେ ମାଇଲମ ତଡ଼ପ ଲାଗି ପରେ ଶାଢ଼ୀବନ୍ଧା ନୀତି ସମ୍ପନ୍ନ ପରେ ରତ୍ନ ବେଦୀ ରୁ ସ୍ନାନ ବେଦୀ କୁ ଗୋଟି ପହଣ୍ଡି ରେ ଚତୁର୍ଦ୍ଧା ବିଗ୍ରହ ସ୍ନାନ ମଣ୍ଡପ ରେ ବିରାଜିତ ହୋଇଥିଲେ। ପରେ ୧୦୮ ଶୁବାସିତ ଜଳ ରେ ମହାପ୍ରଭୁ ସ୍ନାନ କାର୍ୟ୍ୟ ସମ୍ପନ୍ନ ହୋଇଥିଲା। ପରେ ପଦ୍ମ ବେଶ୍ ଆଳତି ମଧ୍ୟାହ୍ନ ଧୂପ ରେ ମହାପ୍ରଭୁ ଙ୍କ ଗଜ ବେଶ ଭକ୍ତ ମାନଙ୍କୁ ଆନନ୍ଦିତ କରିଥିଲା। ମହାପ୍ରଭୁ ଙ୍କ ଏହି ମାନବୀୟ ଲୀଳା ଦେଖି ଭକ୍ତ ର ଆଖି ଛଳ ଛଳ ହୋଇଯାଉଥିଲା। ବରୀ ବାଗଦା ବଳଦେବ ଜି ମନ୍ଦିର ରେ ପଣ୍ଡିତ ବାବୁ ପାଢ଼ୀ ଓ ଦିବେଦି ସାହିର ବ୍ରାହ୍ମଣ ମାନେ ମହାପ୍ରଭୁ ସ୍ନାନ ପୂର୍ଣ୍ଣିମା ନୀତି ସମାପନ କରିଥିବା ବେଳେ ବରୀ ଆନ୍ଦପୂର୍ ଜଗନ୍ନାଥ ମନ୍ଦିରରେ ପଣ୍ଡିତ ଚନ୍ଦ୍ରଭାନୁ ପଣ୍ଡା, ବିରୂପାକ୍ଷ ଦ୍ବିବେଦୀ, ଲିଟୁ ପଣ୍ଡା, ବାବୁଲା ପଣ୍ଡା, ବୁଟୁ ପଣ୍ଡା ଟଟଟ ପଣ୍ଡା, ରାଜା ପଣ୍ଡା, ରାଜୁ ଦ୍ବିବେଦୀ ମହାପ୍ରଭୁ ସ୍ନାନ ପୂର୍ଣ୍ଣିମା ନୀତି ସମାପନ କରିଥିଲେ।

Related posts

ସମ୍ବଲପୁର ଆକ୍ରମଣ ଘଟଣା: ୧୯ରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

mahabharatanews

ଓଡିଶା ପାଇଁ ମୁଣ୍ଡ ବିନ୍ଧା ସାଜିଛ ପଶ୍ଚିମ ବଙ୍ଗ

mahabharatanews

ଆସିଥିବା ପଶ୍ଚିମବଙ୍ଗରୁ ୧୨୮ ଜଣବ୍ୟକ୍ତିଙ୍କ ମଧ୍ୟରୁ ୭୪ ଜଣଙ୍କ ସ୍ୱାବ ଟେଷ୍ଟ କୌଣସି କରୋନା ପଜେଟିଭ ଆସିନାହିଁ 

mahabharatanews