Uncategorized

ଫାଇନାଲରେ ଇର୍ଫାନକୁ ପରାସ୍ତ କଲେ ଗମ୍ଭୀର

ଇର୍ଫାନ୍ ପଠାନ୍ ଭିଲ୍ୱାଡା କିଙ୍ଗ୍ସକୁ ୧୦୪ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ଦଳ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ବିଜେତା ହୋଇଛି। ଫାଇନାଲ୍ରେ ଟସ୍ ହାରି ବ୍ୟାଟିଂ ପାଇଥିବା ବିଜେତା ଦଳ ରସ୍ ଟେଲର (୮୨ ରନ୍, ୪୧ ବଲ୍, ୪ ଚୌକା, ୮ ଛକା) ଏବଂ ମିଚେଲ ଜନ୍ସନ୍ (୬୨ ରନ୍, ୩୫ ବଲ୍, ୭ ଚୌକା, ୩ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସାଙ୍ଗକୁ ଆସ୍ଲେ ନର୍ସ (୪୨ ରନ୍, ୧୯ ବଲ୍, ୬ ଚୌକା, ୧ ଛକା)ଙ୍କ ଦ୍ରୁତ ରନ୍ ବଳରେ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୧୧/୭ କରିଥିଲା। ଭିଲ୍ୱାଡା କିଙ୍ଗ୍ସ ପକ୍ଷରୁ ରାହୁଲ ଶର୍ମା (୪/୩୦), ମଣ୍ଟି ପାନେସାର (୨/୧୩) ଓ ଟିମ୍ ବ୍ରେସ୍ନାନ୍ (୧/୧୧) ସଫଳ ବୋଲର ରହିଥିଲେ। ଜବାବରେ ପୱନ ସୂୟାଲ (୨/୨୭), ପ୍ରବୀଣ ତାମ୍ବେ (୨/୧୯), ପଙ୍କଜ ସିଂହ (୨/୧୪), ମିଚେଲ ଜନ୍ସନ୍ (୧/୨୬), ଲିଆମ ପ୍ଲଙ୍କେଟ (୧/୧୫) ଓ ରଜତ ଭାଟିଆ (୧/୨)ଙ୍କ ଦମ୍ଦାର ବୋଲିଂ ନିକଟରେ ତିଷ୍ଠିନପାରି କିଙ୍ଗ୍ସ ୧୦୭ ରନ୍ (୧୮.୨ ଓଭର)ରେ ସମସ୍ତ ୱିକେଟ୍ ହରାଇଥିଲା। ସେନ୍ ୱାଟ୍ସନ (୨୭), ଜେସାଲ କାରିଆ (୨୨), ୱିଲିୟମ୍ ପୋଟରଫିଲ୍ଡ (୧୨) ଓ ସାନ୍ତାକୁମାର ଶ୍ରୀଶାନ୍ତ (୧୩ଞ୍ଚ) କେବଳ ଦୁଇ ଅଙ୍କ ଛୁଇଁଥିଲେ। ରସ୍ ଟେଲର ଫାଇନାଲ୍ର ଏବଂ ୟୁସୁଫ୍ ପଠାନ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Related posts

ଦିଲ୍ଲୀ ହିଂସା:ଘୃଣା ମନ୍ତବ୍ୟର ଶୁଣାଣି ପାଇଁ ଦିଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

mahabharatanews

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି?ଏହି ୭ଟି ପ୍ରାଣୀଙ୍କୁ ଦିଅନ୍ତୁ ଖାଦ୍ୟ

mahabharatanews

କରୋନା ଭାଇରସ: ସାନିଟାଇଜର ଓ ସାବୁନ ମଧ୍ୟରେ କେଉଁଟା ଭଲ

mahabharatanews