ଓଡିଶା

ଶୋକାକୁଳ ପରିବେଶ ଭିତରେ ଜଳିଲା ଯବାନଙ୍କ ଜୁଇ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗତ ଦୁଇଦିନ ପୂର୍ବେ ସିକ୍କିମରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କବି ସୂର୍ଯ୍ୟନଗର ଥାନା ଆଠଗଡ ପାଟଣାର ଯଜ୍ଞନାରାୟଣ କରଙ୍କ ପ୍ରାର୍ଥିବ ଶରୀର ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନରେ ଜଳିଲା ଯବାନଙ୍କ ଜୁଇ । ଗତକାଲି ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ,ପୋଲିସ ଓ ସେନା ବିଭାଗର କର୍ମଚାରୀ ମାନେ ଆଠଗଡ ପାଟଣା ଗାଁରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତ ୩ ବର୍ଷ ହେବ ସେ ସେନା ବିଭାଗରେ ନିୟୋଜିତ ଥିଲେ । ଗତ ବର୍ଷ ତାଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିଲା ।

Related posts

ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ୍ୟ

mahabharatanews

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ନିର୍ବାଚନ ଆୟୋଗଙ୍କ ପ୍ରଥମ ବୈଠକ

mahabharatanews