ଅପରାଧ

ପିକ୍ଅପ୍ ଭ୍ୟାନ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ୪ ଗିରଫ

(ମହାଭାରତ, ଝାରସୁଗୁୁଡ): ଝାରସୁଗୁଡା ଜିଲ୍ଲାରେ ଗୋଟିଏ ପିକ୍ଅପ୍ ଭ୍ୟାନ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁଆରୀ ୭ ତାରିଖରେ ବିନୋଦ ଯାଦବ ନାମକ ଜଣେ ଯୁବକ ନିଜ ପିକ୍ଅପ୍ ଭ୍ୟାନରେ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନେଇ ଯାଉଥିଲେ । କିନ୍ତୁ ସେଦିନ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ସେ ନିଜ ଗାଡିକୁ ଗ୍ରେଟ ଇଣ୍ଡିଆ ରୋଡୱେସ୍ ଅଫିସ ସାମ୍ନାରେ ସାମ୍ନାରେ ପାର୍କିଂ କରି କେଉଁଆଡେ ଚାଲି ଯାଇଥିଲେ । ବନ୍ଦର ପ୍ରଭାବ ହ୍ରାସ ପାଇବା ପରେ ବିନୋଦ ପାର୍କିଂ ନିକଟକୁ ଫେରି ନିଜ ଗାଡିଟି ସେଠାରୁ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ଝାରସୁଗୁଡା ଥାନାରେ ଏକ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଛାନଭିନ ବେଳେ ଏହି ଚୋରିର ମୁଖ୍ୟ ଅଭିଯୁକ୍ତ ଶର୍ମା ସମେତ ଅନ୍ୟ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଚୋରି ହୋଇଥିବା ପିକ୍ଅପ୍ ଭ୍ୟାନ ସମେତ, ଦୁଇଟି ମୋବାଇଲ ଫୋନ, କିଛି ଦାମୀ ଶାଢି ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ପୋଲିସ ଜବତ କରିଛି ।

Related posts

ଏଟିଏମ ଲୁଟ୍ ଉଦ୍ୟମ ବିଫଳ, ୨ ଲୁଟେରା ଗିରଫ

mahabharatanews

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଭୁବନେଶ୍ୱର ଗୁଳିମାଡରେ ନୂଆ ମୋଡ; ଏକ ତରଫା ପ୍ରେମରୁ ହୋଇଥିଲା ଫାୟାରିଂ

mahabharatanews