Uncategorized

୨୯ରେ କେଦାରନାଥ କବାଟ ଖୋଲିବ

ଡେରାଡୁନ: କେଦାରନାଥ କବାଟ ବର୍ତ୍ତମାନ ଏପ୍ରିଲ ୨୯ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ବଦ୍ରୀନାଥ ଧାମ ମେ ୧୫ ତାରିଖରେ ଖୋଲିବ । କେଦାରନାଥ ଓ ବଦ୍ରୀନାଥ କବାଟ ଖୋଲିବା ନେଇ ବିବାଦ ବଢି •ଲିଛି । ପ୍ରଥମ ଥର ପାଇଁ ମନ୍ଦିର କବାଟ ଖୋଲିବା ତାରିଖ ତୃତୀୟ ଥର ପାଇଁ ପରିବର୍ତ୍ତନ ହୋଇଛି । ପାରମ୍ପରିକ ତରିକା ଅନୁସାରେ ଏପ୍ରିଲ ୨୯ ତାରିଖରେ କେଦାରନାଥ କବାଟ ଖୋଲାଯିବା ନେଇ ଶିବରାତ୍ରିରେ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କେଦାରନାଥ ମନ୍ଦିର ରାୱଲ ଲକଡାଉନ ଯୋଗୁଁ ମହାରାଷ୍ଟ୍ରରେ ଫସି ରହିଛନ୍ତି । ଲକଡାଉନ ଯୋଗୁ ଉତ୍ତରଖଣ୍ଡରେ ପହଞ୍ଚିବା ତାଙ୍କ ପାଇଁ ସମ୍ଭବ ହୋଇପାରିନାହିଁ । ସେ ନ ଆସିବା ଯାଏଁ ମନ୍ଦିର କବାଟ ଖୋଲା ଯାଇପାରିବ ନାହିଁ । କାରଣ ବାବା କେଦାରନାଥଙ୍କ ମୁକୁଟ ରାୱଲଙ୍କ ନିକଟରେ ଅଛି ମୁକୁଟ ବିନା ପୂଜା ହୋଇ ପାରିବନାହିଁ ।

ମଙ୍ଗଳବାର ଦିନ ଉଖିମଠରେ କେଦାରନାଥ ମନ୍ଦିର ସମିତି ଅଧିକାରୀ, ବେଦପାଠୀ, ପଞ୍ଚ ଗ୍ରାମବାସୀଙ୍କ ବୈଠକରେ ମନ୍ଦିର କବାଟ ଏପ୍ରିଲ ୨୯ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଉଖିମଠ ରାୱଲ ଉପସ୍ଥିତ ନଥିଲେ । ସେ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଅଛନ୍ତି । ବୈଠକ ପରେ ଲିଖିତ ଆକାରରେ ସନ୍ଦେଶ ପଠାଇ ତାଙ୍କୁ ସହମତି ମଗାଯାଇଥିଲା ପ୍ରଶାସନ ରାୱଲଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ସେ ଯେକୌଣସି ପ୍ରକାରେ ମନ୍ଦିର କବାଟ ଖୋଲା ପୂଜାରେ ସାମିଲ ହେବେ । ତେବେ ସେ କେମିତି ପହଞ୍ଚିବେ ତାର ବ୍ୟବସ୍ଥା ପ୍ରଶାସନ କରିବ । ୧୯ ଏପ୍ରିଲ ତାରିଖରେ ରାୱଲ ଉଖିମଠକୁ ଆସିଥିଲେ । ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ତାଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ମେ ୩ ତାରିଖରେ ଶେଷ ହେବ ।

ବଦିନାଥ ମନ୍ଦିର ଖୋଲା ତାରିଖ ୧୫ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି । କାରଣ ସେଠାରେ ଗାଡ଼ୁ ଘଡା ପରମ୍ପରା ନିର୍ବାହ କରାଯାଏ । ଏହି ପରମ୍ପରା ୩୦ ରୁ ୪୦ ଜଣ ମହିଳା ମିଶି କରିଥାନ୍ତି । କିନ୍ତୁ ସାମାଜିକ ଦୂରତାରେ ଏହି ପରମ୍ପରା ପାଳନ କରିବା ସମ୍ଭବ ନୁହେଁ । ସେଥିପାଇଁ ବଦ୍ରୀନାଥ କବାଟ ଲକଡାଉନ ପରେ ଖୋଲା ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

Related posts

ନୂଆଦିଲ୍ଲୀରେ ଆଉ ଏକ ଅଗ୍ନିକାଣ୍ଡ

mahabharatanews

ପକ୍ଷୀ ପ୍ରେମିକଙ୍କ ସହର ନୈନିତାଲ୍

mahabharatanews

ଦେଶରେ କରୋନା ଆକ୍ରାନ୍ତ ୮୫ ହଜାର

mahabharatanews

Leave a Comment