(ମହାଭାରତ/ରଜନୀ କାନ୍ତ ପାତ୍ର) ହିଞ୍ଜିଳି: ଦିଗପହଣ୍ଡି ଦେଓଖାଳି ଛକରେ ଶୁକ୍ରବାର ଜଣେ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଥିବା ଜଣାପଡିଛି । ଏବଂ ଏହାପରେ ଉକ୍ତ ଦୁର୍ବୃତ୍ତମାନେ କରପଡ଼ା ଗ୍ରାମରେ ବାଇକରେ ଯାଉଥିବାବେଳେ ଜଣଙ୍କୁ ଅଟକାଇ ଖଣ୍ଡାରେ ହାଣିଥିଲେ । ତେବେ ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ଦୁଇ ଜଣଙ୍କୁ ଖଣ୍ଡାରେ ହାଣି ଥିବା ଜଣାପଡିଛି। । ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଦୁଇ ଜଣଙ୍କୁ ବ୍ରହ୍ମପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
previous post
next post
