ଓଡିଶା

ସରିଲା ଲେଜର ସ୍କାନିଂ

(ପୁରୀ) :  ସରିଲା ଶ୍ରୀମନ୍ଦିର ଲେଜର ସ୍କାନିଂ । ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ପ୍ରଥମେ ହୋଇଥିଲା ଲେଜର ସ୍କାନିଂ । ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାନୁଯାୟୀ , ଏହାସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିରର ମଧ୍ୟ ମରାମତି ହେବ ।  ୨୮ତାରିଖରେ ୩୭ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଥିବା ବେଳେ ଗତକାଲି ଉତ୍ତରପାର୍ଶ୍ୱ କାନ୍ଥର 12 ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଛି । ଦୁଇଦିନରେ ମୋଟ ୪୯ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଛି । ଇଣ୍ଟରନେଟ କ୍ଲାଉଡ୍ ରେ ସ୍ପେସ୍ ସରିଯିବା ଯୋଗୁଁ ସ୍କାନିଂ ବନ୍ଦ ରହିଛି ବୋଲି ଗତକାଲି ଏଏସଆଇ (ASI) ପକ୍ଷରୁ ସୂଚନା ଦିଆଯାଇଥିଲା ।

Related posts

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା

mahabharatanews

ଏୟାର ସୋ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ଏନ-୩୨ ବିମାନ

mahabharatanews

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews