ଅପରାଧଓଡିଶା

କୁସୁପୁର ଗଣହତ୍ୟା ଘଟଣା : ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛକୁ ହାଣୁ ଥିଲା ଶିବ!

ମାହାଙ୍ଗା : କୁସୁପୁର ଗଣହତ୍ୟାର ରାକ୍ଷାସ ଶିବ ପୁଲିସ ରିମାଣ୍ଡରେ ଥାଇ ଅନେକ ରହସ୍ୟ ଉନ୍ମଚୋନ କରିଛି । ଶିବର ଏହି ହତ୍ୟାକାଣ୍ଡ କେତେ ଯେ ଭୟଙ୍କର ଓ ଯୋଜନାବଦ୍ଧ ତାହା ଶୁଣିଲେ ଅନେକ ସ୍ତବ୍ଧ ହୋଇ ଯାଉଛନ୍ତି । ଶିବ ବଡ଼ ଭାଇ ଅଲେଖ ଓ ତାଙ୍କ ପରିବାରକୁ ସମୂଳେ ନାଶ ପାଇଁ ୬ ମାସ ତଳୁ ହତ୍ୟାକାଣ୍ଡ ଦିନ ପର୍ଯ୍ୟନ୍ତ କଟୁରୀକୁ ୫ ଥର ଶାଣ ଦେଇଛି । ଏହି ଶାଣରେ କଟରୀକୁ ଅତ୍ୟନ୍ତ ତୀକ୍ଷଣ ଓ ଧାରୁଆ କରିଛି ସେ । ଦିନ ନୁହେଁ ବରଂ ରାତିରେ ମର୍ଡ଼ର କରିବା ପାଇଁ କରିଥିଲା ଯୋଜନା । ରାତି ଅର୍ଥାତ ଘନ ଅନ୍ଧାର ଭି୍ତରେ ଏହି କାଣ୍ଡ ଘଟାଇବାକୁ ଚାହିଁଥିଲା । ଏଥିପାଇଁ ଘଟଣା ଦିନ ସେ ଘରର ମେନ୍ ସୁଇଚ୍ ଅଫ୍ କରିଥିଲା । ଆଉ ମୋବାଇଲ ଟର୍ଚ ଲାଇଟ ପକାଇ ସମସ୍ତଙ୍କ ଆଖିକୁ କରିଥିଲା ଜଳକା । ଏହା ପରେ କଦଳୀ ଗଛକୁ ହାଣିଲା ଭଳି ଅଲେଖଙ୍କ ପରିବାର ଲୋକଙ୍କୁ ଜଣକ ପରେ ଜଣେ ହାଣି ଚାଲିଥିଲା । ଆଉ ଏଥିପାଇଁ ମଧ୍ୟ ସେ ଅଭ୍ୟାସ କରୁଥିଲା । ପଚରା ଉଚରା ବେଳେ ଜଣା ପଡ଼ିଛି ଯେ, ହତ୍ୟାକାଣ୍ଡ ପୂର୍ବରୁ ଅନେକ ସମୟରେ ଶିବ କିଟି କିଟି ଅନ୍ଧାରରେ ବାଡ଼ିକୁ ଯାଇଥାଏ ।

ସେଠାରେ ମୋବାଇଲ ଟର୍ଚ ଲାଇଟ ପକାଇ କଦଳୀ ଗଛ ସବୁକୁ ହାଣି ଥାଏ । ଏଥିରୁ ଜଣା ପଡ଼ୁଛି ଶିବର ହତ୍ୟାକାଣ୍ଡ କେତେ ନୃଂଶସ ଥିଲା । ତାର ମନରେ ବଡ଼ ଭାଇ ଓ ତାଙ୍କ ପରିବାର ପ୍ରତି କେତେ ଘୃଣା ଓ ହିଂସ୍ର ଭାବ ଥିଲା । ଯେଉଁଥି ପାଇଁ ଏହି ନରସଂହାର ଘଟଣା ଘଟିଥିଲା । ଅନ୍ୟପକ୍ଷରେ ଶିବର ୩ ଦିନଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲ ପଠାଇ ଦିଆଯାଇଛି । ଆବଶ୍ୟକ ହେଲେ ପୁଣି ଥରେ ତାକୁ ରିମାଣ୍ଡରେ ଅଣା ଯିବ ବୋଲି ମାହାଙ୍ଗା ପୁଲିସ ପକ୍ଷରୁ କୁହାଯାଇଛି ।

Related posts

ହାତୀ ଆକ୍ରମଣରେ ମହିଳା ମୃତ

mahabharatanews

ପୁଣି ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ବାତିଲ

mahabharatanews

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

mahabharatanews